ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍, ଗାଇଡ ଲାଇନ୍ ଜାରି

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ। ଏ ନେଇ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି। କ’ଣ ରହିଛି ଗାଇଡ୍ ଲାଇନ୍ ମେଡିକାଲ ଓ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ବିମାନ ସେବ ବନ୍ଦ ରହିବ। ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ। […]

lockdown india map

Subhransu Sekhar
  • Published: Sunday, 17 May 2020
  • , Updated: 17 May 2020, 07:18 PM IST

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇଛି କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହୋଇଛି। ଏବେ ଏହି ଲକଡାଉନ୍ ବେଳେ ଏହି ସବୁ ନିୟମ ପାଳନ ହେବ। ଏ ନେଇ ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି।

କ’ଣ ରହିଛି ଗାଇଡ୍ ଲାଇନ୍

  • ମେଡିକାଲ ଓ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ବିମାନ ସେବ ବନ୍ଦ ରହିବ।
  • ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ।
  • ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ, ଅନଲାଇନ୍ ପାଠପଢ଼ା ଜାରି ରହିବ।
  • ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ। ଅର୍ଡର ଯୋଗେ ପାର୍ସଲରେ ଖାଇବା ମିଳିବ।
  • ସିନେମା ହଲ୍, ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ଥିଏଟର, ପାର୍କ, ବାର, ଅଟୋଟରିଅମ ବନ୍ଦ ରହିବ।
  • ସ୍ପୋର୍ଟସ କମ୍ପଲେକ୍ସ ଓ ଷ୍ଟାଡିୟମ ଖୋଲା ରହିବ, ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବନି।
  • ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳୀ ବନ୍ଦ ରହିବ।
  • କଣ୍ଟେନମେଣ୍ଟ ଜୋନରେ ସର୍ତ୍ତମୂଳକ ଖୋଲା ରହିବ।
  • ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ରାଜ୍ୟ ଓ ରାଜ୍ୟ ଭିତରେ ବସ ଚଳାଚଳ ହେବ।
  • ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଆନ୍ତଃଜିଲ୍ଲା ବସଚଳାଚଳ ସହିତ ବାଇକରେ ଗମନାଗମନ କରିହେବ।
  • ଲୋକମାନେ ଯିବା ଆସିବା ବେଳେ ଏସଓପି ପାଳନ ହେବ।
  • ପୂର୍ବପରି ସଂଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ।
  • ତେବେ ରେଡ୍, ଗ୍ରୀନ୍ ଓ ଅରେଞ୍ଜ ଜୋନରେ କେଉଁ କଟକଣା ଜାରି ରହିବ ଏବଂ କିଏ କଟକଣା ମୁକ୍ତ ହେବେ ତାହା ରାଜ୍ୟ ସରକାର ସ୍ଥିର କରିବେ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

https://twitter.com/ANI/status/1262011256606560257

Related story