ଏସ୍‌ସି-ଏସ୍‌ଟି ଆକ୍ଟ: ସୁପ୍ରିମ୍‌କୋର୍ଟ ବଦଳାଇଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଏସ୍‌ସି-ଏସ୍‌ଟି ଆକ୍ଟରେ ନେଇଥିବା ପୁରୁଣା ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ବଳରେ ବର୍ତ୍ତମାନ ଯାଞ୍ଚ ନ କରି ମଧ୍ୟ ଏଫ୍‌ଆଇଆର ରୁଜୁ ହୋଇପାରିବ। ସୁପ୍ରିମ୍‌କୋର୍ଟର ପୁରୁଣା ଆବେଦନକୁ କୋହଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପୁର୍ନବିଚାର ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ହିଁ ଏହି ଆକ୍ଟର ଦୁରୁପଯୋଗ କରାଯାଉଥିବା ଅଭିଯୋଗ ଅଣାଯାଇ ସବର୍ଣ୍ଣ ଗୋଷ୍ଠୀଙ୍କ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବିଭିନ୍ନ […]

supreme-court

supreme-court

Subrat Kumar Nayak
  • Published: Tuesday, 01 October 2019
  • Updated: 01 October 2019, 04:16 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଏସ୍‌ସି-ଏସ୍‌ଟି ଆକ୍ଟରେ ନେଇଥିବା ପୁରୁଣା ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ବଳରେ ବର୍ତ୍ତମାନ ଯାଞ୍ଚ ନ କରି ମଧ୍ୟ ଏଫ୍‌ଆଇଆର ରୁଜୁ ହୋଇପାରିବ। ସୁପ୍ରିମ୍‌କୋର୍ଟର ପୁରୁଣା ଆବେଦନକୁ କୋହଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପୁର୍ନବିଚାର ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ପରିବର୍ତ୍ତନ କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ହିଁ ଏହି ଆକ୍ଟର ଦୁରୁପଯୋଗ କରାଯାଉଥିବା ଅଭିଯୋଗ ଅଣାଯାଇ ସବର୍ଣ୍ଣ ଗୋଷ୍ଠୀଙ୍କ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟରେ ଏହି ଆନ୍ଦୋଳନ ବ୍ୟାପକ ହୋଇଥିଲା।

ଏସ୍‌ସି-ଏସ୍‌ଟି ଆକ୍ଟ କ’ଣ?
ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଭେଦଭାବକୁ ରୋକିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରୋଧ) ଆଇନ ୧୯୮୯ ଆଣିଥିଲେ ସରକାର। ଏହି ନିୟମ ଜମ୍ମୁ-କଶ୍ମୀର ବ୍ୟତୀତ ସମସ୍ତ ସ୍ଥାନରେ ଲାଗୁ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ଏହା ବଳରେ ସେମାନଙ୍କୁ ସମାଜରେ ସମାନ ଅଧିକାର ମିଳିବ ବୋଲି କୁହାଯାଇଥିଲା। ଏହି ଗୋଷ୍ଠୀଙ୍କ ସମ୍ପର୍କିତ ଅପରାଧିକ ମାମଲାର ଶୁଣାଣି ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ଫଳରେ ସେମାନେ ମନ ଖୋଲି ମାମଲା ବାବଦରେ ପକ୍ଷ ରଖିପାରିବେ। କିନ୍ତୁ ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ସୁପ୍ରିମ୍‌କୋର୍ଟ ଏହାକୁ ‘କୋହଳ’ କରିବାକୁ ଚାହିଁଥିଲେ।

ଆସିଥିଲା ଏହି ପରିବର୍ତ୍ତନ
ସୁପ୍ରିମ୍‌କୋର୍ଟ ଏହି ଆଇନରେ ପରିବର୍ତ୍ତନ ଆଣି କହିଥିଲେ, ଏହି ମାମଲାରେ କାହାକୁ ତୁରନ୍ତ ଗିରଫ କରାଯିବ ନାହିଁ। ଅଭିଯୋଗ ଆସିଲେ ତୁରନ୍ତ ମୋକଦ୍ଦମା ମଧ୍ୟ ରୁଜୁ ହେବ ନାହିଁ। ଡିଏସ୍‌ପି ସ୍ତରର ଜଣେ ଅଧିକାରୀ ଏହାର ଯାଞ୍ଚ କରିବେ ଏବଂ କୌଣସି ଉପାୟରେ ମଧ୍ୟ ୭ ଦିନରୁ ଅଧିକ ଦିନ ଯାଞ୍ଚ ହେବ ନାହିଁ। ଡିଏସ୍‌ପି ଯାଞ୍ଚ କରିବେ ସତରେ ଅଭିଯୋଗର କିଛି ଆଧାର ଅଛି ନା ମିଛ ଆରୋପ ଲଗାଯାଉଛି। ଏହି ମାମଲାରେ ସରକାରୀ କର୍ମଚାରୀ ଆଗୁଆ ଜାମିନ୍‌ ଆବେଦନ କରିପାରିବେ।

ସୁପ୍ରିମ୍‌କୋର୍ଟ ନେଲେ ୟୁଟର୍ଣ୍ଣ
ଏସ୍‌ସି-ଏସ୍‌ଟି ସଂଶୋଧନ ବିଧେୟକ ୨୦୧୮ ଜରିଆରେ ମୂଳ ଆଇନ ସହ ଧାରା ୧୮(ଏ) ଯୋଡ଼ାଯିବ। ଏହାଫଳରେ ସୁପ୍ରିମ୍‌କୋର୍ଟ ଆଣିଥିବା ପରିବର୍ତ୍ତନ ରଦ୍ଦ ହୋଇଯିବ। ବର୍ତ୍ତମାନ ମାମଲା ରୁଜୁ ହେବା ମାତ୍ରେ ଗିରଫ କରାଯାଇପାରିବ। ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ହିଁ ଜାମିନ୍‌ ମିଳିପାରିବ। ଇନ୍ସିପେକ୍ଟର ପାହ୍ୟାର ଅଧିକାରୀ ତଦନ୍ତ କରିବେ। ଜାତିଆଣ ମନ୍ତବ୍ୟ କ୍ଷେତ୍ରରେ ତୁରନ୍ତ ମାମଲା ରୁଜୁ ହେବ। ଏପରି ମାମଲାର ଶୁଣାଣି ସ୍ୱତନ୍ତ୍ର କୋର୍ଟରେ ହେବ। ସରକାରୀ କର୍ମଚାରୀଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡ଼ିବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos