ନୂଆଦିଲ୍ଲୀ:ଉନ୍ନତ୍ତମାନର କ୍ୟାମେରା ଲାଗି ଖ୍ୟାତି ଅର୍ଜନ କରିଥିବା କୋଡ଼ାକ କମ୍ପାନୀ ମୋବାଇଲ ବ୍ୟବସାୟରେ ପାଦ ଥାପିଛି। ଏନେଇ କୋଡ଼ାକ କମ୍ପାନୀ ପକ୍ଷରୁ ପ୍ରଥମ ଥର ପାଇଁ ସ୍ମାର୍ଟ ଫୋନ୍ ନିର୍ମାଣ କରାଯାଇଛି। ଏହି ନୂଆ ମୋବାଇଲର ନାମ ଏକତାରା ରଖାଯାଇଛି। ଫ୍ଲିପକାର୍ଟରେ ଏହାର ମୂଲ୍ୟ ୧୯,୯୯୦ ଟଙ୍କା ରହିଛି। ବିଶେଷ କରି ଏହି ମୋବାଇଲରେ ଉନ୍ନତ୍ତମାନର କ୍ୟାମେରା ଉପରେ ଗୁରୁତ୍ୱ ଦିଆଯାଇଛି।
ଅଧିକ କ୍ଲାରିଟି ଏବଂ ଫୋକସ ଥିବା ୨୧ଏମପି ବିଶିଷ୍ଟ ବ୍ୟାକ୍ କ୍ୟାମେରା ରହିଛି। ସେହିପରି ୧୩ ଏମପିର ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ଅଟୋଫୋକସ ମଧ୍ୟ ରହିଛି। ସେନ୍ସର F20 ରହିଛି। କ୍ୟାମେରା ସଂକ୍ରାନ୍ତରେ ସ୍ୱତନ୍ତ୍ର ଆପ୍ ରହିଛି। ଏଥିରେ slr-style ଭଳି ଏକ ଅପ୍ସନ ରହିଛି। ଯାହାର ଫୁଲଫର୍ମ ହେଲା ‘Scene Selection Dial’। ଏହା ମାଧ୍ୟମରେ ଅନ୍ଧାରରେ ମଧ୍ୟ ସ୍ପଟ ସିଲେକ୍ସନ କରି ଫଟୋ ଉଠାଇ ହେବ।