ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌

କୋଲକାତା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ କରି ସୋଶାଲ ମିଡିଆରେ ଅନେକ ପ୍ରକାରର ଆପତ୍ତି ଜନକ ବୟାନ ଦେଖିବାକୁ ମିଳିଥିଲା। ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିବାରୁ ଏବେ କୋଲକାତା ପୁଲିସ୍‌ ଅନଲାଇନ ଟ୍ରୋଲିଂର ତଦନ୍ତ ଆରମ୍ଭ କରିଛି। ବେଙ୍ଗଲି ମହିଳାମାନଙ୍କୁ ଟାର୍ଗେଟ କରି ସୋଶାଲ ମିଡିଆରେ ଟ୍ରୋଲିଂ କରାଯାଉଥିବାରୁ ପଶ୍ଚିମବଙ୍ଗ ମହିଳା କମିଶନ ଅଭିଯୋଗ ଦାଖଲ କରି ପୁଲିସ୍‌କୁ ତଦନ୍ତ ପାଇଁ କହିଛନ୍ତି। ଏବେ ପୁଲିସ୍‌ […]

rs

Hemant Lenka
  • Published: Thursday, 06 August 2020
  • , Updated: 06 August 2020, 06:15 PM IST

କୋଲକାତା: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ କରି ସୋଶାଲ ମିଡିଆରେ ଅନେକ ପ୍ରକାରର ଆପତ୍ତି ଜନକ ବୟାନ ଦେଖିବାକୁ ମିଳିଥିଲା। ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିବାରୁ ଏବେ କୋଲକାତା ପୁଲିସ୍‌ ଅନଲାଇନ ଟ୍ରୋଲିଂର ତଦନ୍ତ ଆରମ୍ଭ କରିଛି।

ବେଙ୍ଗଲି ମହିଳାମାନଙ୍କୁ ଟାର୍ଗେଟ କରି ସୋଶାଲ ମିଡିଆରେ ଟ୍ରୋଲିଂ କରାଯାଉଥିବାରୁ ପଶ୍ଚିମବଙ୍ଗ ମହିଳା କମିଶନ ଅଭିଯୋଗ ଦାଖଲ କରି ପୁଲିସ୍‌କୁ ତଦନ୍ତ ପାଇଁ କହିଛନ୍ତି। ଏବେ ପୁଲିସ୍‌ ଫେସବୁକ ଓ ଟ୍ୱିଟକୁ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ମାଗିଛି।

କମିଶନର ଅଧ୍ୟକ୍ଷ ଲୀନା ଗାଙ୍ଗୁଲି କହିଛନ୍ତି, ଗତ ସପ୍ତାହକ ମଧ୍ୟରେ ୩୦ରୁ ଅଧିକ ଅଭିଯୋଗ ଆସିଛି। ସମସ୍ତଙ୍କୁ ସୋଶାଲ ମିଡିଆରେ ବେଙ୍ଗଲି ମହିଳା ଓ ଝିଅ ହୋଇଥିବାରୁ ଅନେକ ପ୍ରକାରର ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରି ଟାର୍ଗେଟ କରାଯାଉଛି। ଏହା ଏକ ଚିନ୍ତାର ବିଷୟ। ବିଶେଷ କରି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ କରାଯାଉଛି।

କେବଳ ଜଣେ ବେଙ୍ଗଲି ଝିଅ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି ବୋଲି ଏମିତି ଟ୍ରୋଲ କରାଯାଉଛି। କିଛି ଲୋକ ତଦନ୍ତ ପରିସର ଭୁକ୍ତ ହୋଇଥିବା ବେଙ୍ଗଲି ଝିଅ ( ରିୟା ଚକ୍ରବର୍ତ୍ତୀ) ହିଁ ସୁଶାନ୍ତଙ୍କୁ ମାରିଛନ୍ତି ବୋଲି କହୁଛନ୍ତି। ଏଥିପାଇଁ ସେମାନେ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ କରିଛନ୍ତି।

ଜଣେ ବେଙ୍ଗଲି ମହିଳାଙ୍କ ନାଁରେ କେସ୍‌ ଥିବାରୁ ସମସ୍ତଙ୍କୁ ସମାନ ଢଙ୍ଗରେ ଦେଖିବା ଠିକ ନୁହେଁ। ମହିଳା ଓ ଝିଅମାନଙ୍କୁ ଯେଉଁଭଳି ଶବ୍ଦ ଓ ଛବି ଦ୍ୱାରା ଟାର୍ଗେଟ କରାଯାଉଛି, ତାହା ଆଶ୍ଚର୍ଯଆଜନକ। ତେଣୁ ପୁଲିସ୍‌ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ଆଉ କେହି ଆଗକୁ ଏମିତି ସାହାସ କରିବେ ନାହିଁ ବୋଲି ସେ କହିଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଯେବେଠାରୁ ତାଙ୍କ ଏତଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି ସେବେଠାରୁ ବେଙ୍ଗଲି ମହିଳାଙ୍କୁ ଗୋଲ୍ଡ ଡିଗର, ଡାହାଣୀ ଓ କଳା ଯାଦବୁ ଭଳି ଶବ୍ଦ ପ୍ରୟୋଗ କରି ଟାର୍ଗେଟ କରାଯାଉଛି।

Related story