ସୋନିଆଙ୍କ କମିଟିରେ କୋରାପୁଟ ସାଂସଦ ସପ୍ତଗିରି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବୈଦେଶିକ, ଆର୍ଥନୀତିକ ଏବଂ ସୁର‍କ୍ଷା ପଲିସିର ହେବ ସମୀ‍କ୍ଷା। ଏଥିପାଇଁ ବିରୋଧୀ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ତିନିଟି କମିଟି ଗଠନ କରିଛନ୍ତି। ଏହି କମିଟିରେ କଂଗ୍ରେସର ହେଭିୱେଟ୍‌ ନେତା ରହିଛନ୍ତି। ଆଉ ଏମାନଙ୍କ ମଧ୍ୟରେ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମସ୍ତ କମିଟିରେ ସଦସ୍ୟ ଅଛନ୍ତି। ଆର୍ଥନୀତିକ ବ୍ୟାପାର କମିଟରେ ମନମୋହନ ସିଂହଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ, […]

saptagiri ulaka

Subhransu Sekhar
  • Published: Friday, 20 November 2020
  • , Updated: 20 November 2020, 07:53 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବୈଦେଶିକ, ଆର୍ଥନୀତିକ ଏବଂ ସୁର‍କ୍ଷା ପଲିସିର ହେବ ସମୀ‍କ୍ଷା। ଏଥିପାଇଁ ବିରୋଧୀ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ତିନିଟି କମିଟି ଗଠନ କରିଛନ୍ତି। ଏହି କମିଟିରେ କଂଗ୍ରେସର ହେଭିୱେଟ୍‌ ନେତା ରହିଛନ୍ତି। ଆଉ ଏମାନଙ୍କ ମଧ୍ୟରେ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମସ୍ତ କମିଟିରେ ସଦସ୍ୟ ଅଛନ୍ତି।

ଆର୍ଥନୀତିକ ବ୍ୟାପାର କମିଟରେ ମନମୋହନ ସିଂହଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ, ମଲ୍ଲିକାର୍ଜୁନ ଖାଡ଼ଗେ, ଦିଗବିଜୟ ସିଂ ଓ ଜୟରାମ ରମେଶ ଅଛନ୍ତି। ରମେଶ ଏହି କମିଟିର ଆବାହକ।

ବୈଦେଶିକ ବ୍ୟାପାର କମିଟିରେ ମନମୋହନ ସିଂହଙ୍କ ସମେତ ଆନନ୍ଦ ଶର୍ମା, ଶଶୀ ଥରୁର, ସଲମାନ ଖୁର୍ସିଦ୍ (ଆବାହକ) ଓ ସପ୍ତଗିରି ଉଲାକା ରହିଛନ୍ତି।

ଜାତୀୟ ସୁର‍କ୍ଷା କମିଟିରେ ମନମୋହନ ସିଂହଙ୍କ ସମେତ ଗୁଲାମ ନବୀ ଆଜାଦ୍, ବୀରପ୍ପା ମୋଇଲି, ଭିନସେଣ୍ଟ ଏଚ୍ ପାଲା (ଆବାହକ) ଏବଂ ଭି. ବୈଥିଲିଙ୍ଗମ୍ ରହିଛନ୍ତି।

Related story