ଧୋନିଙ୍କ ଘରୁ ଚୋରି ହୋଇଥିବା ଟିଭି ଜବତ; ୩ ଗିରଫ

ନୋଏଡା: ଟିମ୍‌ ଇଣ୍ଡିଆର ୱିକେଟ୍ କିପର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୋଏଡ଼ାର ସେକ୍ଟର ୧୦୪ ସ୍ଥିତ ଘରୁ ଗତ ଏପ୍ରିଲ୍ ମାସରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍। କୋତୱାଲୀର ସେକ୍ଟର ୩୯ ପୁଲିସ୍ ଏ ଘଟଣାରେ ତିନି ଜଣ ଚୋରଙ୍କୁ ଗିରଫ କରିଛି। ଏ ତିନି ଜଣ ହେଉଛନ୍ତି ସାଲାରପୁରର ବାସିନ୍ଦା ରାହୁଲ, ବବ୍‌ଲୁ ଓରଫ ସିରାଜୁଦ୍ଦୀନ ଓ ଇଖ୍‌ଲାକ। ଏହି ତିନି ଚୋରଙ୍କ ନିକଟରୁ ୯ଟି ବ୍ୟାଟେରୀ, ୩ଟି […]

dhoni

dhoni

Jitendra Garnayak
  • Published: Friday, 07 June 2019
  • Updated: 07 June 2019, 10:26 AM IST

Sports

Latest News

ନୋଏଡା: ଟିମ୍‌ ଇଣ୍ଡିଆର ୱିକେଟ୍ କିପର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୋଏଡ଼ାର ସେକ୍ଟର ୧୦୪ ସ୍ଥିତ ଘରୁ ଗତ ଏପ୍ରିଲ୍ ମାସରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍। କୋତୱାଲୀର ସେକ୍ଟର ୩୯ ପୁଲିସ୍ ଏ ଘଟଣାରେ ତିନି ଜଣ ଚୋରଙ୍କୁ ଗିରଫ କରିଛି। ଏ ତିନି ଜଣ ହେଉଛନ୍ତି ସାଲାରପୁରର ବାସିନ୍ଦା ରାହୁଲ, ବବ୍‌ଲୁ ଓରଫ ସିରାଜୁଦ୍ଦୀନ ଓ ଇଖ୍‌ଲାକ।

ଏହି ତିନି ଚୋରଙ୍କ ନିକଟରୁ ୯ଟି ବ୍ୟାଟେରୀ, ୩ଟି ଇନ୍‌ଭର୍ଟର, ୫ଟି ଲ୍ୟାପ୍‌ଟପ୍‌, ୩ଟି ଏଲ୍‌ଇଡି ଟିଭି, ୩ଟି ଗ୍ୟାସ୍ ସିଲିଣ୍ଡର, ହୋମ୍ ଅଡିଓ ସିଷ୍ଟମ, ବ୍ୟାଟେରୀ ଚାର୍ଜର ଓ ମୋବାଇଲ୍ ବ୍ୟତୀତ ଘରର ଲକ୍‌ ଭାଙ୍ଗିବା ଉପକରଣ ଜବତ କରାଯାଇଛି। ଜବତ ୩ଟି ଏଲ୍‌ଇଡି ଟିଭି ମଧ୍ୟରୁ ଗୋଟିଏ ଧୋନିଙ୍କୁ ଘରୁ ଚୋରି ହୋଇଥିଲା।

ପୁଲିସ୍ କହିଛି, ନୋଏଡାର ସେକ୍ଟର ୧୦୪ରେ ଧୋନିଙ୍କର ଏକ ଘର ରହିଛି। ସେ ଏହାକୁ ବିକ୍ରମ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦେଇଛନ୍ତି। ତେବେ ଯେତେବେଳେ ଏ ଘରର ନବୀକରଣ କାର୍ଯ୍ୟ ଚାଲିଥିଲା ସେତେବେଳେ ଏଠାରୁ ଏକ ଟିଭି ଚୋରି ହୋଇଥିଲା। ଏପ୍ରିଲ୍ ୨୭ ତାରିଖରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ପୁଲିସ୍ ଆହୁରି କହିଛି, ଗିରଫ ଚୋରମାନଙ୍କର ଏକ ଚାରି ଜଣିଆ ଗ୍ୟାଙ୍ଗ ରହିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଫେରାର ଅଛନ୍ତି। ବନ୍ଦ ରହୁଥିବା ଘରୁ ଏମାନେ ଚୋରି କରିଥାଆନ୍ତି। ଯେଉଁ ଘରଗୁଡ଼ିକରେ ରାତିରେ ଲାଇଟ୍ ଜଳୁ ନଥାଏ, ସେମାନେ ସେହି ଘରଗୁଡ଼ିକୁ ଯାଇ ପ୍ରଥମେ କଲିଂ ବେଲ୍ ମାରନ୍ତି। ବାରମ୍ବାର କଲିଂ ବେଲ୍ ମାରିବା ପରେ ଯଦି କେହି ଘରର ଦ୍ୱାର ନଖୋଲନ୍ତି, ତା’ହେଲେ ସେମାନେ ନିଶ୍ଚିତ ହୋଇଯାଆନ୍ତି ଯେ ଘରେ କେହି ନାହାନ୍ତି। ତା’ପରେ ସେମାନେ ଲକ୍ ଭାଙ୍ଗି ଭିତରେ ପଶନ୍ତି।

କେବଳ ଧୋନିଙ୍କ ଘର ନୁହେଁ, ନୋଏଡାର ସେକ୍ଟର ୧୦୪ର ଅନେକ ଘରୁ ଏମାନେ ଚୋରି କରିଥିଲେ ବୋଲି ପୁଲ୍‌ସ କହିଛି। ସେମାନେ ଚୋରି ଜିନିଷକୁ ସେମାନେ ସୁବିଧା ଦେଖି ବିକ୍ରି କରି ଦିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story