ଶପଥ ପୂର୍ବରୁ ସୋନିଆ, ରାହୁଲଙ୍କୁ ଭେଟିଲେ କୁମାରସ୍ୱାମୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପୂର୍ବରୁ ଆଜି ଦିଲ୍ଲୀରେ ପହଞ୍ଚିଅଥିଲେ ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ। ବିଏସପି ମୁଖ୍ୟ ମାୟାବତୀଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି।  ଏହାପରେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏଥିସହ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ସମ୍ପର୍କରେ ଆଲୋଚନା ହେବା ସହ  କେଉଁଦଳ ପାଖରେ କେଉଁ ବିଭାଗ ରହିବ ସେ […]

h-ffff

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 10:16 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପୂର୍ବରୁ ଆଜି ଦିଲ୍ଲୀରେ ପହଞ୍ଚିଅଥିଲେ ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ। ବିଏସପି ମୁଖ୍ୟ ମାୟାବତୀଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛନ୍ତି।  ଏହାପରେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ଏଥିସହ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ସମ୍ପର୍କରେ ଆଲୋଚନା ହେବା ସହ  କେଉଁଦଳ ପାଖରେ କେଉଁ ବିଭାଗ ରହିବ ସେ ନେଇ ନିଷ୍ପତ୍ତି ନିଆଯାଇଛି। ତେବେ କର୍ଣ୍ଣାଟକରେ ମେଣ୍ଟ ସରକାରରେ ଜେଡିଏସର ୧୫ ବିଧାୟକ ଓ କଂଗ୍ରେସର ୨୦ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅଫର ଦେଇଥିବା ବେଳେ କଂଗ୍ରେସରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବା ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ମିଳିତରେ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ଗ୍ରହଣ କରିବେ ଜେଡିଏସ ବିଧାୟକ ଦଳ ନେତା ଏଚ ଡି କୁମାରସ୍ୱାମୀ।

ଏହି ଶପଥ ଗ୍ରହଣ ସମାରୋହରେ ଶକ୍ତି ପ୍ରଦର୍ଶନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।   ବିଭିନ୍ନ ବିରୋଧି ଦଳର ମୁଖ୍ୟଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଏହ ସମାରୋହରେ ଉପସ୍ଥିତ ରହିବା ପାଇଁ କୁମାର ସ୍ୱାମୀ ନିଜେ ଆମନ୍ତ୍ରଣ କରିଛନ୍ତି । ସେହିପରି ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଏନସିପି ନେତା ଶରଦ ପାଓ୍ୱାର ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି

ଅନ୍ୟପଟେ କର୍ଣ୍ଣାଟକରେ ବିଜେପିର ସରକାର ଭାଙ୍ଗିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।   କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଗଠନ ଉପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଅମିତ ଶାହା। କର୍ଣ୍ଣାଟକରେ ବିଜେପିକୁ ମିଳିଛି ବହୁମତ ଏବଂ ଜନମତ କଂଗ୍ରେସ ସରକାର ବିରୋଧରେ ଯାଇଛି। ଏହା ଏକ ଅପବିତ୍ର ମେଣ୍ଟ। ତେବେ କଂଗ୍ରେସ କଣ ପାଇଁ ବିଜୟ ଉତ୍ସବ ମନାଉଛି ସେନେଇ ପ୍ରଶ୍ନ କରିଛନ୍ତି ଅମିତ ଶାହା ।  ସେପଟେ କଂଗ୍ରେସ ଏହାର ଜବାବ ରଖିଛି  ।

Related story