ଆଜି କୁମାରସ୍ୱାମୀଙ୍କ ଶପଥ ଉତ୍ସବ, ଏକାଠି ହେବେ ମୋଦି ବିରୋଧୀ , ଜାଣନ୍ତୁ କଂଗ୍ରେସକୁ କେତେ ମିଳିବ ମନ୍ତ୍ରିପଦ

ବେଙ୍ଗାଲୁରୁ(ଓଡିଶା ରିପୋର୍ଟର): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଏଚ୍‌.ଡି.କୁମାରସ୍ୱାମୀ। ବିଧାନସୌଧ ପରିସରରେ ଅପରାହ୍ନ ସାଢେ ୪ଟା ବେଳେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆଜି ଶପଥ ନେବେ। ଆସ୍ଥା ଭୋଟ ପରେ କ୍ୟାବିନେଟ୍‌ ଗଠନ ହେବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି.ପରମେଶ୍ୱରମ୍‌ ଉପମୁଖ୍ୟମନ୍ତ୍ରୀ ହେବେ। ସେହିପରି ବରିଷ୍ଠ କଂଗ୍ରେସ ନେତା କେ.ଆର.ରମେଶ କୁମାର ବାଚସ୍ପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ କୁମାର  […]

tmc

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 01:24 PM IST

ବେଙ୍ଗାଲୁରୁ(ଓଡିଶା ରିପୋର୍ଟର): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଏଚ୍‌.ଡି.କୁମାରସ୍ୱାମୀ। ବିଧାନସୌଧ ପରିସରରେ ଅପରାହ୍ନ ସାଢେ ୪ଟା ବେଳେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆଜି ଶପଥ ନେବେ। ଆସ୍ଥା ଭୋଟ ପରେ କ୍ୟାବିନେଟ୍‌ ଗଠନ ହେବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି.ପରମେଶ୍ୱରମ୍‌ ଉପମୁଖ୍ୟମନ୍ତ୍ରୀ ହେବେ। ସେହିପରି ବରିଷ୍ଠ କଂଗ୍ରେସ ନେତା କେ.ଆର.ରମେଶ କୁମାର ବାଚସ୍ପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ବିଧାନସଭାରେ କୁମାର  ସ୍ୱାମୀ ବହୁମତ ପ୍ରମାଣ କରିବା ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ଶପଥ ନେବେ। ତେବେ କଂଗ୍ରେସରୁ ମୋଟ ୨୨ଟି ଓ ଜେଡିଏସ୍‌ରୁ ୧୨ଟି ମନ୍ତୀ ପଦ ମିଳିବ ବୋଲି ଆପାତତଃ ସୂଚନା ମିଳିଛି । ତେବେ କାହାକୁ କେଉଁବିଭାଗ ମିଳିବ, ସେନେଇ ଆସନ୍ତାକାଲି ଆଲୋଚନା ହେବ ବୋଲି କୁମାର ସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପି ବିରୋଧରେ ଥିବା ବିରୋଧାଭାଷ ଦେଖିବାକୁ ମିଳିବ। କାରଣ ଏହି ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌  ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ଅଖିଳେଶ ଯାଦବଙ୍କ ଭଳି ବହୁ ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Related story