କୁୱେତ୍ ସିଟି: କୁୱେତର ରାଜଧାନୀ କୁୱେତ୍ ସିଟିରେ ଶୁକ୍ରବାର ଏକ ସିଆ ମସଜିଦ୍ ଅଲ୍-ଇମାମ ଅଲ୍-ସାଦିକରେ ଆତ୍ମଘାତୀ ବିସ୍ଫୋରଣ ଘଟିବାରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ବେଳେ ମସଜିଦ୍ ମଧ୍ୟରେ ପ୍ରାୟ ୨୦୦୦ ଶ୍ରଦ୍ଧାଳୁ ପ୍ରାର୍ଥନା ପାଇଁ ଉପସ୍ଥିତ ଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ) ନିଜକୁ ଦାୟୀ କରିଛି। ଆଇଏସ୍ ସହିତ ଜଡ଼ିତ ସାଉଦି ଆରବିୟାର ଏକ ଆତଙ୍କବାଦୀ ସଂଗଠନ ଏହି କାଣ୍ଡ ଭିଆଇଛି। ଆବୁ ସୁଲୈମାନ ଅଲ୍ ମୁୱାହିଦ ଏହି ଆତ୍ମଘାତୀ ଆକ୍ରମଣ କରିଥିଲା। ସୁନ୍ନି ମୁସଲମାନ ମାନଙ୍କୁ ସିଆର ନୀତିରୀତି ଶିକ୍ଷା ଦିଆଯାଉଥିବା ଯୋଗୁ ଏହି ମସଜିଦ୍ ଉପରେ ଆକ୍ରମଣ କରାଯାଇଛି ବୋଲି ଆଇଏସ୍ ପକ୍ଷରୁ କୁହାଯାଇଛି।
୨୦୦୬ ପରେ କୁୱେତରେ ଏହା ହେଉଛି ସବୁଠୁ ବଡ଼ ଆକ୍ରମଣ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍
ଲିକ୍ ହୋଇଥିବା ସିଏଜି ରିପୋର୍ଟକୁ ଆଧାର କରି ବିଜେପି କହିଛି ଯେ ଦିଲ୍ଲୀର କ୍ଷମତାସୀନ ଆପ୍ ଅବକାରୀ ନୀତି ଲାଗୁ କରିଛି। ଏଥିଯୋଗୁ ରାଜ୍ୟବାସୀ ୨୦୨୬ କୋଟି ଟଙ୍କାର କ୍ଷତି ସହିଛନ୍ତି।
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।