ଅଶାନ୍ତ କଶ୍ମୀରରେ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କୀ

ଶ୍ରୀନଗର: ମୋବାଇଲ ସେବା ଆରମ୍ଭ ହେବା ପରେ ଜମ୍ମୁ-କଶ୍ମୀର ପୁଣିଥରେ ଅଶାନ୍ତ ହୋଇ ଉଠିଛି। ଆଜି ଆତଙ୍କବାଦୀମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା କାକପୋରାରେ ଏହି ଘଟଣା ଘଟିଛି। ମୃତକ ଶ୍ରମିକ ଜଣଙ୍କ ବାହାର ରାଜ୍ୟର ହୋଇଥିବା ବେଳେ କଶ୍ମୀରରେ ରହି କାମ କରୁଥିଲେ। ତେବେ ଆଜି ତାଙ୍କୁ କିଛି ଆତଙ୍କୀ ନୁହାମା ଗାଁରେ ହତ୍ୟା କରିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳକୁ କର୍ଡନ […]

q

Hemant Lenka
  • Published: Wednesday, 16 October 2019
  • , Updated: 16 October 2019, 03:37 PM IST

ଶ୍ରୀନଗର: ମୋବାଇଲ ସେବା ଆରମ୍ଭ ହେବା ପରେ ଜମ୍ମୁ-କଶ୍ମୀର ପୁଣିଥରେ ଅଶାନ୍ତ ହୋଇ ଉଠିଛି। ଆଜି ଆତଙ୍କବାଦୀମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି।

ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲା କାକପୋରାରେ ଏହି ଘଟଣା ଘଟିଛି। ମୃତକ ଶ୍ରମିକ ଜଣଙ୍କ ବାହାର ରାଜ୍ୟର ହୋଇଥିବା ବେଳେ କଶ୍ମୀରରେ ରହି କାମ କରୁଥିଲେ। ତେବେ ଆଜି ତାଙ୍କୁ କିଛି ଆତଙ୍କୀ ନୁହାମା ଗାଁରେ ହତ୍ୟା କରିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଘଟଣା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରି ଫେରାର ଆତଙ୍କବାଦୀଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ଏହି ଘଟଣାର ୨୪ ଘଣ୍ଟା ପୂର୍ବରୁ ଆତଙ୍କବାଦୀମାନେ ଶୋପିଆନ୍‌ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଉକ୍ତ ଟ୍ରକ୍‌ ଡ୍ରାଇଭରଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।

ଏବେ ଆତଙ୍କବାଦୀମାନେ କଶ୍ମୀର ଉପତ୍ୟକାକୁ ଅଶାନ୍ତ କରିବା ପାଇଁ ଏଠାରେ ରହୁଥିବା ବାହାର ଲୋକଙ୍କୁ ହିଁ ଟାର୍ଗେଟ କରୁଛନ୍ତି। ଯାହା ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related story