ଖାକି ନଥିଲା ଲାଠି ଥିଲା: ଲେଡି ଆଇପିଏସ୍ ଅଫିସରଙ୍କ ସିଙ୍ଘମ ଷ୍ଟାଇଲ ଦେଖି ସବୁ ଲୁଚିଲେ

କାନପୁର:ହାତରେ ଲାଠି। ମନରେ ଆତ୍ମବିଶ୍ୱାସ। ପୂରା ଦମ୍ଭରେ ମାଡି ଚାଲୁଥିଲେ ଆଗକୁ। ଲାଗୁଥିଲା ସତେ ଯେପରି ଦୁର୍ଗା ଚାଲିଆସିଲେ ଧରାପୃଷ୍ଠକୁ। ଛୋଟ ଲାଠିଟିକୁ ସାଥୀ କରି ନିଜ ଲକ୍ଷ୍ୟ ଆଡକୁ ବୀରଦର୍ପରେ ପାଦ ବଢାଉଥିଲେ। ଦେହରେ ସିନା ଖାକି ନଥିଲା କିନ୍ତୁ  ହାତରେ ଥିଲା ଲାଠି। ଏହି ଛୋଟିଆ ଲାଠିଟି ମନରେ ଭରିଦେଇଥିଲା ଅପୂର୍ବ ସାହସ। ଛୋଟିଆ ଲାଠିଟି ଶାନ୍ତ କରିଦେଇଥିଲା ପୂରା ମାହୋଲକୁ। ଏପରି କିଛି ଭିନ୍ନ ଅନ୍ଦାଜରେ ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରାଇଥିଲେ ଉତ୍ତରପ୍ରଦେଶର […]

sonia singh

Rakesh Mallick
  • Published: Saturday, 15 July 2017
  • , Updated: 15 July 2017, 10:27 PM IST

କାନପୁର:ହାତରେ ଲାଠି। ମନରେ ଆତ୍ମବିଶ୍ୱାସ। ପୂରା ଦମ୍ଭରେ ମାଡି ଚାଲୁଥିଲେ ଆଗକୁ। ଲାଗୁଥିଲା ସତେ ଯେପରି ଦୁର୍ଗା ଚାଲିଆସିଲେ ଧରାପୃଷ୍ଠକୁ। ଛୋଟ ଲାଠିଟିକୁ ସାଥୀ କରି ନିଜ ଲକ୍ଷ୍ୟ ଆଡକୁ ବୀରଦର୍ପରେ ପାଦ ବଢାଉଥିଲେ। ଦେହରେ ସିନା ଖାକି ନଥିଲା କିନ୍ତୁ  ହାତରେ ଥିଲା ଲାଠି। ଏହି ଛୋଟିଆ ଲାଠିଟି ମନରେ ଭରିଦେଇଥିଲା ଅପୂର୍ବ ସାହସ। ଛୋଟିଆ ଲାଠିଟି ଶାନ୍ତ କରିଦେଇଥିଲା ପୂରା ମାହୋଲକୁ। ଏପରି କିଛି ଭିନ୍ନ ଅନ୍ଦାଜରେ ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରାଇଥିଲେ ଉତ୍ତରପ୍ରଦେଶର ଡିଆଇଜି ସୋନିଆ ସିଂହ। ଲେଡି ସିଙ୍ଘମ ଏହି ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଉତ୍ତରପ୍ରଦେଶର ସ୍ୱରୂପନଗର ଥାନା ଅଞ୍ଚଳରେ ଗତ ସୋମବାର ରାସ୍ତା ପାର ହେଉଥିବା ବେଳେ ଏକ ସିଟି ବସ୍‌ ଦୁଇଜଣଙ୍କ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏଇଠୁ ହିଁ ଆରମ୍ଭ ହୋଇଥିଲା ଅସଲି କେଁ।  ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଆରମ୍ଭ ହୋଇଥିଲା ମହାଭାରତ। ସେହି ରାସ୍ତାରେ ଯାଉଥିବା ଅନ୍ୟ ଦୁଇଟି ସିଟି ବସ୍‌କୁ ଅଟକାଇ ଉତ୍ତ୍ୟକ୍ତ ଲୋକ ନିଆଁ ଲଗାଇ ଦେଇଥିଲେ। ଏହି ଖ‍ବର ନିକଟସ୍ଥ ଥାନାରେ ପହଞ୍ଚିବା ପରେ ଫୋର୍ସ ନେଇ ପହଞ୍ଚିଥିଲେ ସ୍ଥାନୀୟ ପୋଲିସ ଅଫିସର। ହେଲେ ପୋଲିସକୁ ମଧ୍ୟ ଖାତିର କରିନଥିଲେ ଉତ୍ତ୍ୟକ୍ତ ଲୋକ। ପୋଲିସ ଉପରକୁ ଟେକା ପଥର ମାଡ କରିଥିଲେ। ପୋଲିସ ଉପରକୁ ଆକ୍ରମଣ ହେଉଥିବା ଶୁଣି ତତ୍‌କ୍ଷଣାତ ବିନା ପୋଲିସ ପୋଷାକରେ ସାମ୍ନାକୁ ଆସିଥିଲେ ଲେଡି ଅଫିସର ସୋନିଆ। କିନ୍ତୁ ହାତରେ ଥିଲା ଗୋଟିଏ ଛୋଟିଆ ଲାଠି। ପଛରେ ଥିଲା ପୋଲିସ ଫୋର୍ସ ଆଉ ଆଗରେ ବୀର ଦର୍ପରେ ଚାଲୁଥିଲେ ଲେଡି ସିଙ୍ଘମ । ସୋନିଆଙ୍କୁ ଦେଖି ପୋଲିସକୁ ଟେକାପଥର ମାଡ କରୁଥିବା ଯୁବକ କିଏ କେଉଁଆଡେ ଲୁଚିଲେ। ସୋନିଆଙ୍କ ହାତର ଲାଠି ପୂରା ଚୁପ୍‌ କରିଦେଇଥିଲା ଉତ୍ତ୍ୟକ୍ତ ଲୋକଙ୍କୁ।

ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ ସୋନିଆ। ଏଥିସହିତ ଶାନ୍ତି ବଜାୟ ରଖିବା ଲୋକଙ୍କୁ ନିବେଦନ କରିଥିଲେ।

 

 

 

Related story