ଏବର୍ଷ ଲାଗୁ ହେବ ନାହିଁ ‘ନିଟ୍’, ଅଧ୍ୟାଦେଶ ଆଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୁଣି ନୂଆ ମୋଡ ନେଇଛି ଡାକ୍ତରୀ ଶିକ୍ଷା ପାଇଁ ଏକକ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାସ ଟେଷ୍ଟ (ଏନ୍‌ଇଇଟି) ପ୍ରସଙ୍ଗ। ନିଟ୍‌ ଜରିଆରେ ଚଳିତ ବର୍ଷ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମ ଲେଖା ହେବ ନାହିଁ। ଏହି ପ୍ରବେଶିକା ପରୀକ୍ଷା ଘୁଞ୍ଚାଇଦେବା ପାଇଁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଏକ ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି।  ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ଏସମ୍ପର୍କିତ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଫଳରେ ଚଳିତବର୍ଷ ସାରା ଦେଶରେ ଏକକ […]

neet-student

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 03:35 PM IST

ନୂଆଦିଲ୍ଲୀ: ପୁଣି ନୂଆ ମୋଡ ନେଇଛି ଡାକ୍ତରୀ ଶିକ୍ଷା ପାଇଁ ଏକକ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାସ ଟେଷ୍ଟ (ଏନ୍‌ଇଇଟି) ପ୍ରସଙ୍ଗ। ନିଟ୍‌ ଜରିଆରେ ଚଳିତ ବର୍ଷ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମ ଲେଖା ହେବ ନାହିଁ। ଏହି ପ୍ରବେଶିକା ପରୀକ୍ଷା ଘୁଞ୍ଚାଇଦେବା ପାଇଁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଏକ ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି।  ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ଏସମ୍ପର୍କିତ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଫଳରେ ଚଳିତବର୍ଷ ସାରା ଦେଶରେ ଏକକ ପରୀକ୍ଷା ନିଟ୍‌ କରିବାକୁ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଲାଗୁ ହେବ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ୧୪ଟି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକାଧିକ ଥର ବୈଠକ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆହୂତ ଏକ ସର୍ବଦଳୀୟ ବୈଠକରେ ବିଜେଡି ସମେତ ବହୁ ରାଜନୈତିକ ଦଳ ନିଟ୍‌କୁ ଘୁଞ୍ଚାଇବା ନେଇ ମତ ରଖିଥିଲେ।

ଅନ୍ୟପକ୍ଷରେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ପ୍ରଧାନମନ୍ତ୍ରୀଙ୍କୁ ସେ ଚିଠି ଲେଖି କହିଛନ୍ତି ଯେ, ଘରୋଇ ମେଡିକାଲ କଲେଜ ନାମଲେଖା ବେଳେ ପଇସାର ଖେଳ ଚାଲିଥାଏ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିଟ୍‌ ନ କଲେ ଦେଶବାସୀଙ୍କ ସହ ଧୋକା ହେବ ବୋଲି ସେ ଦର୍ଶାଇଛନ୍ତି। ସେପଟେ କେନ୍ଦ୍ର କ୍ୟାବିନେଟ୍‌ର ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତବକ ମେ’ ୧ରେ ନିଟ୍-୧ ପରୀକ୍ଷା ହୋଇଥିଲା। ଆସନ୍ତା ଜୁଲାଇ ୨୪ ତାରିଖରେ ନିଟ-୨ ହେବାର ଥିଲା।

Related story