ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଶୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍ ଏହି ପଦକ ଜିତିଛନ୍ତି।
ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ୟ ୧୫ଟି ଶଟ୍ରୁ ୧୪ ଥର ଟାର୍ଗେଟ ଭେଦ କରିବାରେ ସକ୍ଷମ ହୋଇଥିଲେ। ସେହିପରି ସମୁଦାୟ ୪୫ଟି ଶଟ୍ରୁ ଲକ୍ଷ୍ୟ ୩୯ଟି ଟାର୍ଗେଟ ଭେଦ କରିପାରି ଥିଲେ। ତେବେ ତାଙ୍କ ସହ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରୁଥିବା ଚାଇନିଜ୍ ତାଇପେଇର ପ୍ରତିଯୋଗୀ ୪୫ଟି ଶଟ୍ରୁ ୪୧ଟି ଟାର୍ଗେଟ ଭେଦ କରିବାରେ ସଫଳ ହୋଇଥିଲେ।
ଲକ୍ଷ୍ୟ ଶେହରାନ୍ ରୌପ୍ୟ ପଦକ ଜିତିବା ପରେ ଚଳିତ ଏସିଆନ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ସକାଳେ ଶୁଟିଂରେ ଅନ୍ୟତମ ଭାରତୀୟ ତାରକା ଦୀପକ କୁମାର ରୌପ୍ୟ ପଦକ ଜିତିଥିଲେ।
ବର୍ତ୍ତମାନ ସୁଦ୍ଧା ଭାରତ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା
ପୁଲିସ୍ କହିଛି ଯେ ଗିରଫ ହୋଇଥିବା ୪୦ ବର୍ଷୀୟ ହାଇଦର ଅଲୀର ଘର ଓଡ଼ିଶାର ବାଲେଶ୍ୱରରେ। ତା’ର ପ୍ରକୃତ ନାଁ ହାଇଦର ହୋଇଥିଲେ ହେଁ ସେ ନିଜକୁ ହାର୍ଦ୍ଦିକ ବେଗଲୋ ଭାବେ ପରିଚୟ ଦେଉଥିଲା।
National
ଉତ୍ସବ ମଝିରେ ପାଗଳ ହେଲା ହାତୀ, ୨୦ ଆହତ
ପାଖରେ ଠିଆ ହୋଇଥିବା ମହୁନ୍ତ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲା। ଏପରିକି ଜଣଙ୍କୁ ଶଣ୍ଢରେ ଉଠାଇ କଚାଡ଼ି ପିଙ୍ଗି ଦେଇଥିଲା ହାତୀ।
National
ବର-କନ୍ୟା ପୋଷାକ ପିନ୍ଧି ରାତି ସାରା ୨୬ତମ ବିବାହ ବାର୍ଷିକୀ ପାଳିଲେ, ସକାଳୁ ଜୀବନ ହାରିଦେଲେ
ରାତି ସାରା ଯେଉଁ ଦମ୍ପତି ନିଜର ବିବାହ ବାର୍ଷିକ ପାଳକ କରିଥିଲେ ସକାଳୁ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟଙ୍କ ମୃତଦେହ ବିବାହ ପୋଷାକରେ ସେମାନଙ୍କ ଘର ଭିତରୁ ନାଗପୁର ପୁଲିସ୍ ଉଦ୍ଧାର କରିଛି।
National
ବିଶ୍ୱର ଉଚ୍ଚ ରେଲୱେ ବ୍ରିଜରେ ଗଡ଼ିଲା ସ୍ପିଡ୍ ଟ୍ରେନ୍
ଚେନାବ ରେଲୱେ ବ୍ରିଜର ଉଚ୍ଚତା ୩୫୯ ମିଟର। ଯାହା ୩୩୦ ମିଟର ଉଚ୍ଚତା ବିଶିଷ୍ଟ ପ୍ୟାରିସର ଆଇଫିଲ୍ ଟାୱାରଠୁ ବି ଉଚ୍ଚ। ଲମ୍ବ ପ୍ରାୟ ୧ହଜାର ୩୧୫ମିଟର।
National
ଦିଲ୍ଲୀ ସିଏମ୍ ହାଉସ୍କୁ ନେଇ ବିବାଦ, ଆପ୍ ନେତାଙ୍କୁ ଅଟକାଇଲା ପୁଲିସ
ଆମ୍ ଆଦମୀ ପାର୍ଟିର ନେତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।