ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କ ମାମଲାରେ ଏକ ବଡ ଧରଣର ଖୁଲାସା ହୋଇଛି । ଏହି ଘଟଣାରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ସ୍ୱର୍ଗତ ଉମେଶ ସି ବାନାର୍ଜୀଙ୍କ ନାମ ସାମ୍ନାକୁ ଆସିଛି ।
ଲଳିତ ମୋଦି ଲଣ୍ଡନରେ ରହିବା ପାଇଁ ଜଷ୍ଟିସ୍ ଉମେଶ ସି ବାନାର୍ଜୀ ଆଇନ ଅନୁଯାୟୀ ସାହାଯ୍ୟ କରିଥିଲେ । ଭାରତରେ ଲଳିତ ମୋଦିଙ୍କ ଜୀବନ ପ୍ରତି ଭୟ ଥିବାବେଳେ ଦାଉଦ୍ ଇବ୍ରାହିମ ପକ୍ଷରୁ ଧମକ ଦିଆଯାଉଥିଲା । ଏହି ସମୟରେ ତତକାଳୀନ ୟୁପିଏ ସରକାର କିଛି ବିଚାର ନ କରି ମୋଦିଙ୍କ ପାଖରୁ ପୋଲିସ ସୁରକ୍ଷା ବ୍ୟବସ୍ଥା ହଟାଇ ନେଇଥିଲେ ବୋଲି ସ୍ୱର୍ଗତ ବାନାର୍ଜୀ କହିଥିଲେ ।
ଜଷ୍ଟିସ ବାନାର୍ଜୀ ସୁପ୍ରିମକୋର୍ଟ ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଚିଫ୍ ଜଷ୍ଟିସ୍ ଥିଲେ ।