ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ମଞ୍ଚ ଭୁଶୁଡିଲା, କଚାଡ଼ି ପଡ଼ିଲେ ଲାଲୁ  

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଏବେ ଯେମିତି ସମୟ ଭଲ ନାହିଁ। ଚାରା ଘୋଟାଲାରେ ଫସି ଜେଲ୍‌ ଯାଇ ନିକଟରେ ପାରୋଲ୍‌ରେ ଆସିଥିଲେ। ଭାବିଥିଲେ ବଡ଼ପୁଅ ତଥା ବିଧାୟକ ତେଜପ୍ରତାପ ଯାଦବଙ୍କ ବାହାଘରଟା ଭଲ ଭଲରେ ସମାପନ କରିଦେବେ। ହେଲେ କ’ଣ ହେଲା କେଜାଣି ମାଳା ଅଦଳ ବଦଳ ବେଳେ ଭୁଶୁଡ଼ିଲା ବିବାହ ମଞ୍ଚ। ଆଉ ମଞ୍ଚରୁ ଲାଲୁ କଚାଡ଼ି ପଡ଼ିଥିଲେ।  ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ସୁରକ୍ଷାକର୍ମୀ ଆହତ ହେଲେ। […]

lalu

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 08:30 AM IST

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ଏବେ ଯେମିତି ସମୟ ଭଲ ନାହିଁ। ଚାରା ଘୋଟାଲାରେ ଫସି ଜେଲ୍‌ ଯାଇ ନିକଟରେ ପାରୋଲ୍‌ରେ ଆସିଥିଲେ। ଭାବିଥିଲେ ବଡ଼ପୁଅ ତଥା ବିଧାୟକ ତେଜପ୍ରତାପ ଯାଦବଙ୍କ ବାହାଘରଟା ଭଲ ଭଲରେ ସମାପନ କରିଦେବେ।

ହେଲେ କ’ଣ ହେଲା କେଜାଣି ମାଳା ଅଦଳ ବଦଳ ବେଳେ ଭୁଶୁଡ଼ିଲା ବିବାହ ମଞ୍ଚ। ଆଉ ମଞ୍ଚରୁ ଲାଲୁ କଚାଡ଼ି ପଡ଼ିଥିଲେ।  ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ସୁରକ୍ଷାକର୍ମୀ ଆହତ ହେଲେ। ଆର୍‌ଜେଡି ବିଧାୟକ ଚନ୍ଦ୍ରିକା ପ୍ରସାଦ ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ସହ ଲାଲୁଙ୍କ ପୁଅ ତେଜପ୍ରତାପଙ୍କ ମଧ୍ୟରେ ଗତକାଲି ବିବାହ କାର୍ଯ୍ୟକ୍ରମ ଥିଲା।

୧୦ ସର୍କୁଲାର ରୋଡ୍‌ରୁ ବର ବେଶରେ ତେଜପ୍ରତାପ ବାହାରିଥିଲେ। ସାଙ୍ଗରେ ପୂରା ପରିବାର ଥିଲା । ଏହାଛଡ଼ା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡମ୍ପଲ ଯାଦବ ମଧ୍ୟ ସାମିଲ ଥିଲେ। ତେବେ ଭେଟ୍‌ନାରି ଗ୍ରାଉଣ୍ଡରେ ବର ଯାତ୍ରୀ ପହଞ୍ଚିଥିଲା ପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।  ତେବେ ବର ଓ କନ୍ୟା ମାଳା ଅଦଳ ବଦଳ କରୁଥିବା ବେଳେ ହଠାତ୍ ବିବାହ ପାଇଁ ତିଆରି ହୋଥିବା ସୁଦୃଶ୍ୟ ମଞ୍ଚ ଭୁଶୁଡି ଥିଲା। ତେବେ ମଞ୍ଚରେ ବସିଥିବା ଲାଲୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ବଞ୍ଚାଇବାକୁ ଯାଇ ସୁରକ୍ଷାକର୍ମୀ ନିଜେ ତଳେ ପଡ଼ିଯାଇଥିଲେ। ତାଙ୍କୁ ମେଡ଼ିକାଲ ଭର୍ତ୍ତି କରାଯାଇଛି। ମଞ୍ଚରୁ ୨୩ରୁ ଅଧିକ ଲୋକେ ଖସି ପଡ଼ିଥିବା ଜଣାପଡ଼ିଛି। ମଞ୍ଚରେ ଅଧିକ ଲୋକ ଚଢ଼ିଥିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

Related story