ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରେଜଡି)ରୁ ଅଲଗା ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ୍ ପ୍ରତାପ ଯାଦବ ‘ତେଜ୍ ସେନା” ଗଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। ଆସନ୍ତାକାଲି ଏହାର ଶୁଭାରମ୍ଭ ହେବ ବୋଲି ତେଜ୍ ପ୍ରତାପ ଘୋଷଣା କରିଛନ୍ତି।
ଗତ ନିର୍ବାଚନ ବେଳେ ସାନ ଭାଇ ତେଜସ୍ୱୀ ଯାଦବଙ୍କ ଦ୍ୱାରା ହୋଇଥିବା ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ତେଜ୍ ପ୍ରତାପ। ଏହାପରେ ଲାଲୁ-ରାବ୍ରି ମୋର୍ଚ୍ଚା ଗଠନ କରି ବିହାରର କିଛି ଆସନରେ ପ୍ରାର୍ଥୀ ମଧ୍ୟ ଦେଇଥିଲେ।
ଗତ ସାଧାରଣ ନିର୍ବାଚନରେ ବିହାରର ୪୦ ଲୋକସଭା ଆସନରେ ଆରଜେଡି, କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମେଣ୍ଟ କରି ଏକାଠି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ଅନ୍ୟ ଆସନ ଗୁଡ଼ିକରେ ଏନଡିଏ ବିଜୟୀ ହୋଇଥିଲା।