ଦଳୀୟ ଚିହ୍ନକୁ ନେଇ ସୋଶାଲ ମିଡିଆରେ ଆରଜେଡି-ଜେଡିୟୁ ମୁହାଁମୁହିଁ

ପାଟନା: ଦଳୀୟ ଚିହ୍ନକୁ ନେଇ ସୋଶାଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ବିହାରର ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ଜନତା ଦଳ ୟୁନାଇଟେଡ (ଜେଡିୟୁ)। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଆରେଜଡ଼ି ସୁପ୍ରିମୋ ଲାଲୁ ଯାଦବ ଏକ ବାର୍ତ୍ତା ପଠାଇଛନ୍ତି। ଯେଉଁଥିରେ ନୀତୀଶ କୁମାର ନିଜ ସ୍ୱାର୍ଥ ପାଇଁ ସର୍ଟକର୍ଟ ରାସ୍ତା ଖୋଜୁଛନ୍ତି ବୋଲି ଲାଲୁ ଉଲ୍ଲେଖ କରିଛନ୍ତି। ଆରେଜେଡି ର ଚିହ୍ନ ‘ଲଣ୍ଠନ’ ଅନ୍ଧାରରେ ଆଲୁଅ ଦେଖାଉଥିବା […]

LALU NITISH

Subhransu Sekhar
  • Published: Monday, 13 May 2019
  • , Updated: 13 May 2019, 03:46 PM IST

ପାଟନା: ଦଳୀୟ ଚିହ୍ନକୁ ନେଇ ସୋଶାଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ବିହାରର ଦୁଇ ପ୍ରମୁଖ ଆଞ୍ଚଳିକ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଓ ଜନତା ଦଳ ୟୁନାଇଟେଡ (ଜେଡିୟୁ)। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଆରେଜଡ଼ି ସୁପ୍ରିମୋ ଲାଲୁ ଯାଦବ ଏକ ବାର୍ତ୍ତା ପଠାଇଛନ୍ତି। ଯେଉଁଥିରେ ନୀତୀଶ କୁମାର ନିଜ ସ୍ୱାର୍ଥ ପାଇଁ ସର୍ଟକର୍ଟ ରାସ୍ତା ଖୋଜୁଛନ୍ତି ବୋଲି ଲାଲୁ ଉଲ୍ଲେଖ କରିଛନ୍ତି।

ଆରେଜେଡି ର ଚିହ୍ନ 'ଲଣ୍ଠନ' ଅନ୍ଧାରରେ ଆଲୁଅ ଦେଖାଉଥିବା ବେଳେ ଜେଡିୟୁର ଚିହ୍ନ 'ତୀର' ହିଂସାକୁ ପ୍ରବର୍ତ୍ତାଉଛି ବୋଲି ଲାଲୁ ନୀତୀଶଙ୍କୁ ଲେଖିଥିବା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

ତେବେ ଲାଲୁଙ୍କ ସୋଶାଲ ମିଡିଆ ବାର୍ତ୍ତାର ଜବାବ ରଖିଛି ଜେଡିୟୁ। ମୁଖପାତ୍ର ନିରଜ କୁମାର ସୋଶାଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ବିହାରରେ ଅନ୍ଧାରରେ ଚାଲିଥିବା ଦୂର୍ନୀତିରୁ ତାଙ୍କ ଦଳ ପରଦା ହଟାଇ ଆଲୋକିତ କରିଛି। ବିହାରରେ ଲାଲୁଙ୍କ ଅନ୍ୟତମ ପରିଚୟ 'ଦୂର୍ନୀତି' ବୋଲି ଜେଡିୟୁ ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଲାଲୁ ଏବେ ଚାରା ଘୋଟାଲା ଅଭିଯୋଗରେ ଜେଲରେ ଅଛନ୍ତି। ତାଙ୍କର ସୋଶାଲ ମିଡିଆ ଜଣେ ବିଶ୍ୱସ୍ତ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି।

Related story