ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବିରୋଧରେ ଦଣ୍ଡ ଶୁଣାଣି କରିଛି ରାଞ୍ଚିସ୍ଥିତ ସ୍ପେସାଲ ସିବିଆଇ କୋର୍ଟ। ତାଙ୍କ ସହ ଅନ୍ୟ ୧୬ ଅଭିଯୁକ୍ତଙ୍କ ଲାଗି ମଧ୍ୟ ଦଣ୍ଡବିଧାନ କରାଯାଇଛି। ଯାଦବଙ୍କୁ ସାଢେ ୩ ବର୍ଷ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ ହୋଇଛନ୍ତି କୋର୍ଟ। ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଲାଲୁ ରାଞ୍ଚିସ୍ଥିତ ବିର୍ସମୁଣ୍ଡା ଜେଲରେ ବନ୍ଦି ରହିଥିବା ବେଳେ ଭିଡିଓ କନ୍ଫରେନ୍ସସିଂ ଜରିଆରେ ଦଣ୍ଡଶୁଣାଣି ହୋଇଛି।
ସୂଚନାଯୋଗ୍ୟ, ୮୯ ଲକ୍ଷ ଗୋଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣି କରି ସିବିଆଇର ସ୍ୱତନ୍ତ୍ର ବିଚାରପତି ଶିବପାଳ ସିଂହଙ୍କ ଅଦାଲତରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଚାରା ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୬ ବ୍ୟକ୍ତିଙ୍କ ଦଣ୍ଡ ହେବାର ଥିଲା। ପୂର୍ବରୁ ଲାଲୁଙ୍କ ଓକିଲ ଚିତ୍ତରଞ୍ଜନ ପ୍ରସାଦ ଲାଲୁ ଓ ଅନ୍ୟ ସମସ୍ତ ୧୫ଜଣ ଦୋଷୀଙ୍କୁ କମ୍ ଦଣ୍ଡ ଦିଆଯିବାକୁ ଅନୁରୋଧ କରିଥିଲେ।
ଲାଲୁ ପ୍ରସାଦ ସିବିଆଇ କୋର୍ଟରେ ଆବେଦନ କରି କମ୍ ଦଣ୍ଡ ଦିଆଯିବାକୁ ଦାବି କରିଥିଲେ। ଏହି ଶୁଣାଣି ପରେ ଲାଲୁଙ୍କ ସମେତ ୧୧ ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ନେଇ ବିତର୍କ ଶେଷ ହୋଇଛି। ଏହି ମାମଲାରେ ୫ ଦୋଷୀଙ୍କୁ ସଜା ହେବାର ଅଛି।