ବିଚାରପତିଙ୍କୁ ଫୋନ୍‌ରେ ଧମକାଇଲେ ଲାଲୁଙ୍କ ସମର୍ଥକ

ପାଟନା: ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିଚାର କରୁଥିବା ବିଚାରପତିଙ୍କୁ ଧମକ ଦେଇଛନ୍ତି ଲାଲୁଙ୍କ ଜଣେ ସମର୍ଥକ। ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଶିବପାଳ ସିଂହଙ୍କୁ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ତେବେ ଏପରି କାର୍ଯ୍ୟ ଦ୍ୱାରା ତଦନ୍ତ କୌଣସି ମାତ୍ରାରେ ପ୍ରଭାବିତ ହେବ ନାହିଁ, ଆଇନ ଅନୁସାରେ ଦଣ୍ଡବିଧାନ ହେବ ବୋଲି ଶିବପାଲ କହିଛନ୍ତି। ଅନ୍ୟପଟେ ଆସନ୍ତାକାଲିକୁ ଘୁଞ୍ଚିଛି ଲାଲୁଙ୍କ ଦଣ୍ଡ ବିଧାନ ଶୁଣାଣି। ଲାଲୁଙ୍କ ସମେତ […]

lalu-prasad-yadav

Rakesh Mallick
  • Published: Thursday, 04 January 2018
  • , Updated: 04 January 2018, 07:39 PM IST

ପାଟନା: ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିଚାର କରୁଥିବା ବିଚାରପତିଙ୍କୁ ଧମକ ଦେଇଛନ୍ତି ଲାଲୁଙ୍କ ଜଣେ ସମର୍ଥକ। ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଶିବପାଳ ସିଂହଙ୍କୁ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ତେବେ ଏପରି କାର୍ଯ୍ୟ ଦ୍ୱାରା ତଦନ୍ତ କୌଣସି ମାତ୍ରାରେ ପ୍ରଭାବିତ ହେବ ନାହିଁ, ଆଇନ ଅନୁସାରେ ଦଣ୍ଡବିଧାନ ହେବ ବୋଲି ଶିବପାଲ କହିଛନ୍ତି।

ଅନ୍ୟପଟେ ଆସନ୍ତାକାଲିକୁ ଘୁଞ୍ଚିଛି ଲାଲୁଙ୍କ ଦଣ୍ଡ ବିଧାନ ଶୁଣାଣି। ଲାଲୁଙ୍କ ସମେତ ୧୬ ଜଣଙ୍କ ବିରୋଧରେ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦଣ୍ଡ ଶୁଣାଇବେ। ଡିସେମ୍ବର ୨୩ରେ ଲାଲୁ ଓ ଅନ୍ୟ ୧୫ ଜଣଙ୍କୁ ଏହି ମାମଲାରେ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତା’ ପରଠାରୁ ଲାଲୁ ରାଞ୍ଚିର ବିର୍ସାମୁଣ୍ଡା ଜେଲରେ ଅଛନ୍ତି।

୧୯୯୧ରୁ ୧୯୯୪ ମଧ୍ୟରେ ଦେଓଘର ଟ୍ରେଜେରୀରୁ ଗୋଖାଦ୍ୟ ନାଁରେ ମିଥ୍ୟା ବିଲ୍ ଦେଇ ୮୯ ଲକ୍ଷ ଟଙ୍କା ହଡପ୍ କରାଯାଇଥିବା ଅଭିଯୋଗ ହୋଇଥିଲା।

Related story