ଲାଲୁଙ୍କ ଦଣ୍ଡ କମାଇବାକୁ ଅନୁରୋଧ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ରେ ଥିବା ରାଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଉ କିଛି ସମୟ ପରେ ଦଣ୍ଡ ବିଧାନ ହେବ। କୋର୍ଟରେ ଲାଲୁଙ୍କ କମ ଦଣ୍ଡବିଧାନ କରିବାକୁ ତାଙ୍କ ଓକିଲ ଅନୁରୋଧ କରିଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟ ଠିକ୍‌ ନଥିବାରୁ ତାଙ୍କୁ କମ ଦଣ୍ଡ ଦେବାକୁ ସେ ଜଜ୍‌ଙ୍କୁ ଅନୁରୋଧ କରିଛନ୍ତି। ଲାଲୁଙ୍କ ଓକିଲ କହିଛନ୍ତି, “କିଡନୀ ବେମାରୀ ଅଛି। ଏହାସହ ଡାଇବେଟିସ୍‌ ରହିଛି। ତାଙ୍କ ହାର୍ଟ ଅପରେସନ ମଧ୍ୟ ହୋଇସାରିଛି। ତେଣୁ ତାଙ୍କୁ […]

lalu_yadav

Rakesh Mallick
  • Published: Friday, 05 January 2018
  • , Updated: 05 January 2018, 04:02 PM IST

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତିରେ ଜେଲ୍‌ରେ ଥିବା ରାଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଉ କିଛି ସମୟ ପରେ ଦଣ୍ଡ ବିଧାନ ହେବ। କୋର୍ଟରେ ଲାଲୁଙ୍କ କମ ଦଣ୍ଡବିଧାନ କରିବାକୁ ତାଙ୍କ ଓକିଲ ଅନୁରୋଧ କରିଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟ ଠିକ୍‌ ନଥିବାରୁ ତାଙ୍କୁ କମ ଦଣ୍ଡ ଦେବାକୁ ସେ ଜଜ୍‌ଙ୍କୁ ଅନୁରୋଧ କରିଛନ୍ତି।

ଲାଲୁଙ୍କ ଓକିଲ କହିଛନ୍ତି, “କିଡନୀ ବେମାରୀ ଅଛି। ଏହାସହ ଡାଇବେଟିସ୍‌ ରହିଛି। ତାଙ୍କ ହାର୍ଟ ଅପରେସନ ମଧ୍ୟ ହୋଇସାରିଛି। ତେଣୁ ତାଙ୍କୁ କମ ଦଣ୍ଡବିଧାନ କରାଯାଉ।”

ଏହାସହ ସେ କହିଛନ୍ତି, “ଏବେ ଲାଲୁ ବିସ୍ରା ମୁଣ୍ଡା ଜେଲ୍‌ରେ ରହୁଛନ୍ତି। ସେଠାରେ ଇମ୍ଫେକ୍ସନ ହେବାର ବହୁ ସମ୍ଭାବନା ରହିଛି। ଜେଲ୍‌ରେ ବିଶୁଦ୍ଧ ପାଣି ମିଳୁନାହିଁ। ଏହା ତାଙ୍କ କିଡନୀ ଉପରେ ଖରାପ ପ୍ରଭାବ ପକାଇପାରେ।”

Related story