ଶେଷ ନିଃଶ୍ୱାସ ତ୍ୟାଗ କଲେ ହନୁମନ୍ଥପା

ନୂଆଦିଲ୍ଲୀ: ଶେଷରେ ଜୀବନ ସଂଗ୍ରାମରେ ହାର ମାନିଲେ ଲାନ୍ସ ନାୟକ ହନୁମନ୍ଥପା କୋପାଡ୍। ଗୁରୁବାର ଦିନ ୧୧ଟା ୪୫ରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ  ନିଃଶ୍ୱାସ ତ୍ୟାଗ କରିଛନ୍ତି। ଫଳରେ ୯ଦିନ ହେବ ସେ ଚଳାଇଥିବା ଜୀବନ ସଂଗ୍ରାମର ଅନ୍ତ ଘଟିଛି। ସିୟାଚେନ୍ ଗ୍ଲାସିୟରର ୩୫ ଫୁଟ୍ ଉଚ୍ଚ ବରଫ ଗଦା ତଳେ ୬ ଦିନ ଦବି ରହିବା ପରେ ତାଙ୍କୁ  ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ରେଫରାଲ […]

lance

Rakesh Mallick
  • Published: Thursday, 11 February 2016
  • , Updated: 11 February 2016, 08:02 AM IST

ନୂଆଦିଲ୍ଲୀ: ଶେଷରେ ଜୀବନ ସଂଗ୍ରାମରେ ହାର ମାନିଲେ ଲାନ୍ସ ନାୟକ ହନୁମନ୍ଥପା କୋପାଡ୍। ଗୁରୁବାର ଦିନ ୧୧ଟା ୪୫ରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ  ନିଃଶ୍ୱାସ ତ୍ୟାଗ କରିଛନ୍ତି। ଫଳରେ ୯ଦିନ ହେବ ସେ ଚଳାଇଥିବା ଜୀବନ ସଂଗ୍ରାମର ଅନ୍ତ ଘଟିଛି।

ସିୟାଚେନ୍ ଗ୍ଲାସିୟରର ୩୫ ଫୁଟ୍ ଉଚ୍ଚ ବରଫ ଗଦା ତଳେ ୬ ଦିନ ଦବି ରହିବା ପରେ ତାଙ୍କୁ  ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ରେଫରାଲ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କିଡନୀ ଓ ଲିଭର କାମ କରୁ ନ ଥିବା ବେଳେ ସେ କୋମାରେ ଥିଲେ।

ଏହି ବୀର ଯବାନଙ୍କ ଆରୋଗ୍ୟ ପାଇଁ ସାରା ଦେଶରେ ପୂଜାର୍ଚ୍ଚନା କରାଯାଉଥିଲା। ସହିଦ ହନୁମନ୍ଥପାଙ୍କୁ କିଡନୀ ଦେବାକୁ ଉତ୍ତର ପ୍ରଦେଶର ଜଣେ ମହିଳା ଓ ଅବସରପ୍ରାପ୍ତ ସିଆଇଏସ୍‌ଏଫ୍‌ର ହେଡ୍ କନଷ୍ଟେବଳ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହସ୍ପିଟାଲକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିଥିଲେ।

ସିଆଚେନ୍ ଗ୍ଲାସିୟରରେ ୧୦ଜଣ ଯବାନ ମୁତୟନ ଥିବାବେଳେ ବରଫ ଅତଡ଼ା ଧସିଥିଲା। ସେନା ପକ୍ଷରୁ ବରଫକୁ କଟାଯାଇ ୫ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ସମୟରେ ହନୁମନ୍ଥପାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Related story