ଗୁପକର ଗ୍ୟାଙ୍ଗର ଅସଲ ଚେହେରା ପଦାରେ ପଡ଼ିଛି: ରବିଶଙ୍କର

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ୨୫ ହଜାର କୋଟିର ଜମି ଘୋଟାଲାକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗୁପକର ଗ୍ୟାଙ୍ଗର ଅସଲ ଚେହେରା ପଦାରେ ପଡ଼ିଛି। ଆଇନ୍ ତିଆରି କରୁଥିବା ଲୋକ ଏବେ ନିଜେ ଦୁର୍ନୀତିରେ ସାମିଲ୍ ବୋଲି ରବିଶଙ୍କର କହିଛନ୍ତି। ରବି ଶଙ୍କର ପ୍ରସାଦ ନ୍ୟାଶନାଲ କନଫରେନସ, ପିଡିପି ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ସମେତ କଂଗ୍ରେସ ନେତାଙ୍କ ଉପରେ ଏ ନେଇ ବର୍ଷିଛନ୍ତି। ରୋଶନି ଆକ୍ଟ କରି ନେତାମାନେ ଯେଉଁଭଳି ଭାବରେ ଜମି ଦୁର୍ନୀତି କରିଛନ୍ତି […]

Ravi_Shankar_Prasad

Subhransu Sekhar
  • Published: Tuesday, 24 November 2020
  • , Updated: 24 November 2020, 10:44 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ୨୫ ହଜାର କୋଟିର ଜମି ଘୋଟାଲାକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଗୁପକର ଗ୍ୟାଙ୍ଗର ଅସଲ ଚେହେରା ପଦାରେ ପଡ଼ିଛି। ଆଇନ୍ ତିଆରି କରୁଥିବା ଲୋକ ଏବେ ନିଜେ ଦୁର୍ନୀତିରେ ସାମିଲ୍ ବୋଲି ରବିଶଙ୍କର କହିଛନ୍ତି। ରବି ଶଙ୍କର ପ୍ରସାଦ ନ୍ୟାଶନାଲ କନଫରେନସ, ପିଡିପି ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ସମେତ କଂଗ୍ରେସ ନେତାଙ୍କ ଉପରେ ଏ ନେଇ ବର୍ଷିଛନ୍ତି।

ରୋଶନି ଆକ୍ଟ କରି ନେତାମାନେ ଯେଉଁଭଳି ଭାବରେ ଜମି ଦୁର୍ନୀତି କରିଛନ୍ତି ତାହା ହେଉଛି ଗଣତାନ୍ତ୍ରିକ ରାଜନୀତିର ସବୁଠୁ ଖରାପ ସ୍ତର। ଯଦି ଆଇନ ପ୍ରଣୟନ କାରୀ ନିଜେ ସର୍ବସାଧାରଣ ଜମି ଜବରଦଖଲ କରିବେ ତାହେଲେ ଏହା ଦୁର୍ଭାଗ୍ୟଜନକ। ଫାରୁକ୍ ଅବଦୁଲ୍ଲାଙ୍କ ପରି ନେତା ଯଦି ଜମି ଜବର ଦଖଲ କରିଛନ୍ତି। ଏବେ ଜବରଦଖଲ ହୋଇଥିବା ଜମି ଫେରସ୍ତ କରିବା ଦରକାର ବୋଲି ରବିଶଙ୍କର କହିଛନ୍ତି।

ସେହିଭଳି ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନ ରହିଛି। ଏ ନେଇ ବିଜେପିର ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଗୁପକର ଗ୍ୟାଙ୍ଗର ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ବିରୋଧୀ ନେତା ଏବେ ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।

ଏବେ ସିବିଆଇ ଏହି ରୋଶନୀ ଲ୍ୟାଣ୍ଡ ସ୍କାମ୍ ମାମଲାର ତଦନ୍ତ କରିବ। ୨୦ ବର୍ଷ ତଳେ ହୋଇଥିବା ଏହି ଜମି କିଣାବିକାରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ମୋଟ୍ ୨୫ ହଜାର କୋଟି ଟଙ୍କାର ଏହି ଦୁର୍ନୀତି ବୋଲି ଏକ ସରକାରୀ ସର୍ଭେରୁ ଜଣାପଡ଼ିଛି। ଏହି ଦୁର୍ନୀତିରେ ଜମ୍ମୁ କଶ୍ମୀରର ନ୍ୟାଶନାଲ କନଫରେନସ, ପିଡିବି ଏବଂ କଂଗ୍ରେସ ନେତାଙ୍କ ନାଁ ରହିଥିବା ଜଣାପଡ଼ିଛି। ଏହି ତାଲିକାରେ ପୂର୍ବତନ ମନ୍ତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜ ପରିବାର ନାମରେ ଜମି କିଣିଥିଲେ।

୨୦ ବର୍ଷ ପୂର୍ବେ କରାଯାଇଥିବା ଏକ ସରକାରୀ ସର୍ଭେ ଅନୁଯାୟୀ ଜମ୍ମୁ କଶ୍ମୀରରେ ୨୦,୬୪,୭୯୨ କେନାଲ ଜମି ବେଆଇନ ଭାବେ ଦଖଲ କରାଯାଇଥିଲା। ତତ୍କାଳୀନ ସରକାର ଏହି ଦଖଲକୁ ହଟାଇବା ପରିବର୍ତ୍ତେ ଲୋକଙ୍କୁ ଏହି ଜମିର ମାଲିକାନା ଅଧିକାର ଦେବା ପାଇଁ ରୋଶନି ଆଇନ ପ୍ରଣୟନ କରିଥିଲେ।

ନଭେମ୍ୱର ୨୦୦୧ରେ ଏହି ଆଇନ୍ ପ୍ରଣୟନ କରାଯାଇଥିଲା। ମାର୍ଚ୍ଚ ୨୦୦୨ରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟରେ ଚାଲୁଥିବା ବିଦ୍ୟୁତ୍ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା ପାଇଁ ପାଣ୍ଠି ସଂଗ୍ରହ କରିବା। ହେଲେ ଏହି ଯୋଜନାର ଉଦ୍ଦେଶ୍ୟ ବିଫଳ ହୋଇଥିଲା।

Related story