ଲଣ୍ଡନର ଫୌଜ୍‌ ଫେଷ୍ଟିଭାଲ ପାଇଁ  କହ୍ନେୟାଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଲଣ୍ଡନର ଫୌଜ୍‌ କଲଚରାଲ୍ ଫାଉଣ୍ଡେସନ  ଜେଏନୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କୁ ଅନଲାଇନରେ ମେସେଜ କରି ସେପ୍ଟେମ୍ବରରେ ଲଣ୍ଡନରେ ହେବାକୁ ଥିବା ଫୌଜ୍‌ ପିସ୍ ଆନୁଆଲ୍ ଫେଷ୍ଟିଭାଲରେ ଉଦବୋଧନ ଦେବା ପାଇଁ ଅନୁରୋଧ କରିଛି। କହ୍ନେୟାଙ୍କ ଲଣ୍ଡନ ଯିବା ପାଇଁ ଟିକେଟ୍ ଓ ରହିବା ପାଇଁ ବ୍ୟବସ୍ଥା  ଫୌଜ୍‌ କଲଚରାଲ୍ ଫାଉଣ୍ଡେସନ ପକ୍ଷରୁ କରାଯିବ ବୋଲି କୁହାଯାଇଛି।  କିନ୍ତୁ ଲଣ୍ଡନ ଯିବା ନେଇ କହ୍ନେୟାଙ୍କ ପାଖରୁ କୌଣସି ଉତ୍ତର ମିଳିନାହିଁ।  ଅବଶ୍ୟ ସେ ଯିବା […]

kanheya

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 09:24 AM IST

ନୂଆଦିଲ୍ଲୀ: ଲଣ୍ଡନର ଫୌଜ୍‌ କଲଚରାଲ୍ ଫାଉଣ୍ଡେସନ  ଜେଏନୟୁ ଛାତ୍ର ସଂଘ ସଭାପତି କହ୍ନେୟା କୁମାରଙ୍କୁ ଅନଲାଇନରେ ମେସେଜ କରି ସେପ୍ଟେମ୍ବରରେ ଲଣ୍ଡନରେ ହେବାକୁ ଥିବା ଫୌଜ୍‌ ପିସ୍ ଆନୁଆଲ୍ ଫେଷ୍ଟିଭାଲରେ ଉଦବୋଧନ ଦେବା ପାଇଁ ଅନୁରୋଧ କରିଛି। କହ୍ନେୟାଙ୍କ ଲଣ୍ଡନ ଯିବା ପାଇଁ ଟିକେଟ୍ ଓ ରହିବା ପାଇଁ ବ୍ୟବସ୍ଥା  ଫୌଜ୍‌ କଲଚରାଲ୍ ଫାଉଣ୍ଡେସନ ପକ୍ଷରୁ କରାଯିବ ବୋଲି କୁହାଯାଇଛି।  କିନ୍ତୁ ଲଣ୍ଡନ ଯିବା ନେଇ କହ୍ନେୟାଙ୍କ ପାଖରୁ କୌଣସି ଉତ୍ତର ମିଳିନାହିଁ।  ଅବଶ୍ୟ ସେ ଯିବା ପାଇଁ ମନା ବି କରି ନହାଁନ୍ତି।

କହ୍ନେୟା କହିଛନ୍ତି, “ ମୁଁ ବର୍ତ୍ତମାନ ଜେଏନୟୁ ବିବାଦ ଉପରେ ଫୋକସ କରିବାକୁ ଚାହୁଁଛି।”

 ଲଣ୍ଡନରେ ଏହି ଫେଷ୍ଟିଭାଲ ୨୦୧୧ ମସିହାରୁ କରାଯାଉଛି। ପ୍ରସିଦ୍ଧ କବି ତଥା ସ୍ୱେଚ୍ଛାସେବୀ ଫୌଜ୍‌ ଅହମଦ ଫୌଜ୍‌ଙ୍କ ସ୍ମୃତିରେ  ଆୟୋଜନ କରାଯାଉଛି।

Related story