ଧରା ପଡ଼ିଲା ପାକିସ୍ତାନର ହାଫିଜ ମିଛ, ଜେଲ୍‌ ନୁହେଁ ଘରେ ରହି କରୁଛି ମଉଜ

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ହମଲାର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦ ମାମଲାରେ ପାକିସ୍ତାନ କେମିତି ସାରା ବିଶ୍ୱକୁ ଅନ୍ଧାରରେ ରଖିଛି, ତା’ର ଜ୍ୱଳନ୍ତ ଉଦାହାରଣ ସାମ୍ନାକୁ ଆସିଛି। ହାଫିଜକୁ କେବଳ ଭାରତ ନୁହେଁ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଆତଙ୍କବାଦୀ ଘୋଷଣା କରିଛି। ଏହାର ଅର୍ଥ ସେ ଜେଲରେ ରହିବା କଥା। କିନ୍ତୁ ସେ ଜେଲ୍ ବଦଳରେ ଲାହୋରର ଜୋହର ସହରରେ ଥିବା ତା’ ଘରେ ମଉଜ କରୁଥିବା ଜଣାପଡ଼ିଛି। ଜୋହରରେ ରହି ସେ ନିଜର ଆତଙ୍କୀ […]

c

c

Hemant Lenka
  • Published: Thursday, 26 November 2020
  • Updated: 26 November 2020, 05:34 PM IST

Sports

Latest News

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ହମଲାର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦ ମାମଲାରେ ପାକିସ୍ତାନ କେମିତି ସାରା ବିଶ୍ୱକୁ ଅନ୍ଧାରରେ ରଖିଛି, ତା’ର ଜ୍ୱଳନ୍ତ ଉଦାହାରଣ ସାମ୍ନାକୁ ଆସିଛି। ହାଫିଜକୁ କେବଳ ଭାରତ ନୁହେଁ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଆତଙ୍କବାଦୀ ଘୋଷଣା କରିଛି। ଏହାର ଅର୍ଥ ସେ ଜେଲରେ ରହିବା କଥା। କିନ୍ତୁ ସେ ଜେଲ୍ ବଦଳରେ ଲାହୋରର ଜୋହର ସହରରେ ଥିବା ତା’ ଘରେ ମଉଜ କରୁଥିବା ଜଣାପଡ଼ିଛି। ଜୋହରରେ ରହି ସେ ନିଜର ଆତଙ୍କୀ ନେଟୱର୍କ ଚଳାଉଥିବା ମଧ୍ୟ ସୂଚନା ମିଳିଛି।

୨୦୧୯ ଜୁଲାଇ ମାସରେ ହାଫିଜକୁ ଗିରଫ କରାଯାଇଥିବା ପାକିସ୍ତାନ ସାରା ବିଶ୍ୱକୁ ଜଣାଇଥିଲା। ଆତଙ୍କୀ କାର୍ଯ୍ୟକଳାପ ପାଇଁ ସେ ପାଣ୍ଠି ଯୋଗାଣ କରୁଥିବା ମାମଲାରେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଥିଲା। ଫେବୃଆରୀ ମାସରେ ୨ଟି ମାମଲାର ବିଚାର କରି ପାକିସ୍ତାନ କୋର୍ଟ ହାଫିଜ ଓ ତା’ର ସହଯୋଗୀଙ୍କୁ ୧୦ ବର୍ଷ ଲେଖାଏ ଜେଲଦଣ୍ଡ ଦେଇଥିଲେ।

ଗତ ସପ୍ତାହରେ ମଧ୍ୟ ହାଫିଜକୁ ଆଉ ଦୁଇଟି ମାମଲାରେ ପୁଣି ୧୦ ବର୍ଷ ଜେଲଦଣ୍ଡ ମିଳିଥିଲା। ଫାଇନାନସିଆଲ ଟାକ୍ସ ଫୋର୍ସର କଳା ତାଲିକାରୁ ବର୍ତ୍ତିବା ପାଇଁ ପାକିସ୍ତାନ ଏଭଳି ଲୋକ ଦେଖାଣିଆ କାମ କରୁଥିବା ଭାରତ ପକ୍ଷରୁ କୁହାଯାଇଥିଲା। ହେଲେ ପାକିସ୍ତାନ ଏହାକୁ ମିଛ ବୋଲି କହିବା ସହ ହାଫିଜ ଜେଲରେ ଥିବା ସମସ୍ତଙ୍କୁ ଜଣାଇଥିଲା।

ହେଲେ ଏବେ ଭାରତୀୟ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ଖବର ପାକିସ୍ତାନର ଅସଲ ଚେହେରାକୁ ପଦାରେ ପକାଇଛି। ସୂଚନା ଅନୁସାରେ ହାଫିଜ ଲାହୋର ସ୍ଥିତ ଉଚ୍ଚ ସୁରକ୍ଷା ବ୍ୟବସ୍ଥାରେ ଥିବା କୋଟ ଲାଖପଟ ଜେଲ୍‌ରେ ରହୁନାହିଁ। ସେ ଅଧିକାଂଶ ସମୟ ତା’ ଘରେ ରହୁଛି। ତା’କୁ କଏଦୀ ନୁହେଁ, ବରଂ ସେଠାରେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ତା’ ପାଖକୁ ଅନେକ କୁଖ୍ୟାତ ଆତଙ୍କବାଦୀମାନେ ମଧ୍ୟ ଆସୁଛନ୍ତି। ପାକିସ୍ତାନ ସବୁ ଜାଣିଥିଲେ ମଧ୍ୟ କେବଳ ଚୁପ ରହିଛି।

ଗତମାସରେ ହାଫିଜ ପା‌ଖକୁ ଲସ୍କର ଜିହାଦ ୱିଙ୍ଗର କମାଣ୍ଡର ଜାକି ଉର ରେହମାନ ଲଖଭୀ ଆସିଥିଲା। ଲଖଭୀ ଓ ହାଫିଜ ଆତଙ୍କୀ କାର୍ଯ୍ୟକଳାପକୁ କେମିତି ବୃଦ୍ଧି କରାଯିବ ସେ ବିଷୟରେ ଆଲୋଚନା ମଧ୍ୟ କରିଛନ୍ତି। ଏଥିସହ ଆତଙ୍କୀ ସଂଗଠନ ପାଇଁ ପାଣ୍ଠି କେମିତି ଯୋଗାଡ଼ କରାଯିବ, ସେ ବିଷୟରେ ମଧ୍ୟ ଉଭୟ ଆଲୋଚନା କରିଛନ୍ତି।

ହାଫିଜ ଭଳି ଲଖଭୀକୁ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କୀ ଘୋଷଣା କରିଛି। ସେ ମଧ୍ୟ ମୁମ୍ବାଇ ୨୬/୧୧ ଆକ୍ରମଣରେ ସାମିଲ ଥିଲା। ଲଖଭୀକୁ ଅନ୍ତର୍ଜାତୀୟ ଚାପରେ ଅନେକ ଥର ପାକିସ୍ତାନ ଗିରଫ କରିଛି। ହେଲେ ତା’କୁ ମଧ୍ୟ ତା’ର ବସ୍‌ ହାଫିଜ ଭଳି ସବୁ ପ୍ରକାରର ଆତିଥ୍ୟ ପାକିସ୍ତାନ ସରକାର ପ୍ରଦାନ କରିବାର ନଜିର ରହିଛି।

 

ଆଗକୁ ପଢ଼ନ୍ତୁ : ନିଜ ବେକ କାଟି ଘର ପୋଡ଼ିଦେଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos