Advertisment

ଲକଡାଉନ ବଢ଼ାଇଛି ଶିଶୁ ନିର୍ଯାତନା!

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦେଶରେ ଶିଶୁ ନିର୍ଯାତନା ମାମଲା ବୃଦ୍ଧି ପାଇଛି। ଏନେଇ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି ଦୁଇ ଆଇନଜୀବୀ। ଏନେଇ ମୁଖ୍ୟ ବିଚାରପତି ସ୍ୱତଃପ୍ରୋତ ଭାବେ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି। ଗୋଟିଏ ପଟେ କରୋନା ମୁକାବିଲା ଲାଗି ଦେଶରେ ଲକଡାଉନ ଅବଧି ବଢ଼ାଇବାକୁ ବିଚାର ବିମର୍ଶ ଚାଲିଥିବା ବେଳେ ଅନ୍ୟପଟେ ଶିଶୁ ନିର୍ଯାତନା ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏନେଇ ଆଇନଜୀବୀ […]

ଲକଡାଉନ ବଢ଼ାଇଛି ଶିଶୁ ନିର୍ଯାତନା!

child abuse

Advertisment

ନୂଆଦିଲ୍ଲୀ: ଲକଡାଉନ ସମୟରେ ଦେଶରେ ଶିଶୁ ନିର୍ଯାତନା ମାମଲା ବୃଦ୍ଧି ପାଇଛି। ଏନେଇ ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଛନ୍ତି ଦୁଇ ଆଇନଜୀବୀ। ଏନେଇ ମୁଖ୍ୟ ବିଚାରପତି ସ୍ୱତଃପ୍ରୋତ ଭାବେ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

Advertisment

ଗୋଟିଏ ପଟେ କରୋନା ମୁକାବିଲା ଲାଗି ଦେଶରେ ଲକଡାଉନ ଅବଧି ବଢ଼ାଇବାକୁ ବିଚାର ବିମର୍ଶ ଚାଲିଥିବା ବେଳେ ଅନ୍ୟପଟେ ଶିଶୁ ନିର୍ଯାତନା ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏନେଇ ଆଇନଜୀବୀ ସୁମୀର ସୋଢ଼ି ଏବଂ ଆରଜୁ ଅନେଜା ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ସେମାନେ ଲେଖିଛନ୍ତି, ଯଦିଓ ଲକଡାଉନ ବେଳେ ଦେଶରେ ଜାତୀୟ ଅପରାଧ ହାର ହ୍ରାସ ପାଇଛି, ହେଲେ ଶିଶୁମାନଙ୍କୁ ନିର‌୍ୟାତନା ଏବଂ ହିଂସା ଘଟଣା ବୃଦ୍ଧି ଘଟିଛି।

ଚିଠିରେ ଲେଖାଯାଇଛି ଯେ, ସାଧାରଣ ପରିସ୍ଥିତିରେ ପୀଡ଼ିତ ଶିଶୁଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଏକାଠି ରହିବାକୁ ଦିଆଯାଏ ନାହିଁ। ପିଲାଟିଏ ନିର୍ଯାତନା ମିଳୁଥିବା ସ୍ଥାନରେ ରହିଲେ ତାହାର ସୁରକ୍ଷାକୁ ନେଇ ଆଶଙ୍କା ରହିଥାଏ। ତେବେ ଲକଡାଉନ ଏଭଳି ପିଲାମାନଙ୍କ ସୁରକ୍ଷା ପ୍ରତି ବିପଦ ସାଜିଛି। କାରଣ ସେମାନେ ଘରୁ ବାହାରି ପାରିବେ ନାହିଁ। ଆଉ ଏହି ସାମାଜିକ ଦୂରତ୍ୱ ସହାୟତାର ସମସ୍ତ ଉତ୍ସକୁ କାଟିଦେଇଛି। ଏବେ ପୀଡ଼ିତଙ୍କୁ ଖୋଜିବା, ସେମାନଙ୍କୁ ସହଯୋଗ କରିବା ଆହୁରି କଷ୍ଟକର ହୋଇଯାଇଛି। ଲକଡାଉନ ଯୋଗୁ ଭାରତରେ ଶିଶୁ ନିର୍ଯାତନା ବୃଦ୍ଧି ପାଇଥିବା ବେଳେ ଏବେଠାରୁ ପୀଡ଼ିତ ଶିଶୁଙ୍କ ସୁରକ୍ଷା ଲାଗି ପଦକ୍ଷେପ ନ ନେଲେ ଅବଧି ସହ ନିର‌୍ୟାତନା ମଧ୍ୟ ବଢ଼ିବ।

Advertisment

ଗଣମାଧ୍ୟମରେ ଶିଶୁ ନିର୍ଯାତନା ମାମଲାଗୁଡ଼ିକୁ ପ୍ରକାଶ ପାଉଥିବା ରିପୋର୍ଟ ଆଧାରରେ ସେମାନେ ଏହି ଚିନ୍ତା ପ୍ରକଟ କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଶିଶୁମାନଙ୍କୁ ନିର୍ଯାତନା ଏବଂ ହିଂସାରୁ ସୁରକ୍ଷା ଦେବାକୁ ଗତ କିଛିଦିନ ଭିତରେ ଚାଇଲ୍ଡ ହେଲ୍ପଲାଇନ ଇଣ୍ଡିଆକୁ ୯୨ ହଜାରରୁ ଊର୍ଦ୍ଧ୍ୱ ଫୋନ କଲ୍ ଆସିଛି। ତେବେ ମାର୍ଚ୍ଚ ୨୦ ପରଠାରୁ ଏଭଳି ମାମାଲାରେ କଲ୍ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଏସବୁ ସମସ୍ୟା ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସମସ୍ୟା ଜନିତ ଉତ୍ପନ୍ନ ଚିନ୍ତା କାରଣରୁ ହୋଇଥିବା ସେମାନେ ଚିଠିରେ ଦର୍ଶାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe