ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, “ ଆତଙ୍କବାଦୀଙ୍କର ଏହି ଆକ୍ରମଣ ଆଗରେ ଭାରତ ମୁଣ୍ଡ ନୂଆଁଇବା ନାହିଁ। ମୁଁ ଏହି ବିଷୟରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଏନ୍.ଏନ୍. ଭୋରା ଏବଂ ମୁଖ୍ୟମନ୍ତ୍ରୀ ମେହବୁବା ମୁଫିଙ୍କ ସହ କଥା ହୋଇଛି।” ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା […]

modi_

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 09:02 AM IST

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରି ସମବେଦନା ଜଣାଇଛନ୍ତି।

ସେ କହିଛନ୍ତି, “ ଆତଙ୍କବାଦୀଙ୍କର ଏହି ଆକ୍ରମଣ ଆଗରେ ଭାରତ ମୁଣ୍ଡ ନୂଆଁଇବା ନାହିଁ। ମୁଁ ଏହି ବିଷୟରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଏନ୍.ଏନ୍. ଭୋରା ଏବଂ ମୁଖ୍ୟମନ୍ତ୍ରୀ ମେହବୁବା ମୁଫିଙ୍କ ସହ କଥା ହୋଇଛି।”

ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ସୀତାରାମ ୟେଚୁରୀ ଓ ଗୁଲାମ ନବୀ ଆଜାଦ ଦୁଃଖ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ସେହିପରି ଫିଲ୍ମ ଜଗତର ଅଭିନେତା, ଅଭିନେତ୍ରୀ ଓ ଖେଳାଳିମାନେ ମଧ୍ୟ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

ଗତକାଲି ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଆକ୍ରମଣରେ ୭ ଜଣ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥଲା। ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।  ଅମରନାଥ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଆକ୍ରମଣ ହୋଇଛି। ଅନନ୍ତନାଗର ଜିଲ୍ଲାର ବଣ୍ଟଗୁରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଅମରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଓ ଏହାକୁ ସୁରକ୍ଷା ଯୋଗାଉଥିବା ପୋଲିସ୍ ଗାଡ଼ି ଉପରେ ଆକ୍ରମଣ କରିଥିଲେ।

 

Related story