ଆଦର୍ଶ ମଣିଷ ହେବାର ପାଠ ପଢ଼ାଇଲେ ଶାହ

ନୂଆଦିଲ୍ଲୀ: ରାମାୟଣରେ ରହିଥିବା ବିଭିନ୍ନ ନୀତିଶିକ୍ଷା ଅନୁସରଣ କଲେ ଜଣେ ଆଦର୍ଶ ମନୁଷ୍ୟ ହୋଇପାରିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ନୂଆଦିଲ୍ଲୀରେ ପଞ୍ଚମ ଅନ୍ତର୍ଜାତୀୟ ରାମାୟଣ ମହୋତ୍ସବରେ ସେ ଏହି ମତ ରଖିଛନ୍ତି। ସେ କହିଥିଲେ, ରାମାୟଣ ବ୍ୟକ୍ତିଗତ, ସାମ୍ପ୍ରଦାୟିକ, ଧାର୍ମିକ, ସାଂସ୍କୃତିକ ଏବଂ ଜାତୀୟ ସୀମା ସରହଦକୁ ଅତିକ୍ରମ କରି ବିଶ୍ୱ ସ୍ତରରେ ପହଞ୍ଚିଛି। ସେ ଏହି କାର୍ଯ୍ୟକ୍ରମରେ କହିଥିଲେ, ରାମାୟଣ ଶହ ଶହ ବର୍ଷର ଭାରତୀୟ ସଂସ୍କୃତିର […]

shah

shah

Subrat Kumar Nayak
  • Published: Tuesday, 17 September 2019
  • Updated: 17 September 2019, 10:36 PM IST

Sports

Latest News

ନୂଆଦିଲ୍ଲୀ: ରାମାୟଣରେ ରହିଥିବା ବିଭିନ୍ନ ନୀତିଶିକ୍ଷା ଅନୁସରଣ କଲେ ଜଣେ ଆଦର୍ଶ ମନୁଷ୍ୟ ହୋଇପାରିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ନୂଆଦିଲ୍ଲୀରେ ପଞ୍ଚମ ଅନ୍ତର୍ଜାତୀୟ ରାମାୟଣ ମହୋତ୍ସବରେ ସେ ଏହି ମତ ରଖିଛନ୍ତି। ସେ କହିଥିଲେ, ରାମାୟଣ ବ୍ୟକ୍ତିଗତ, ସାମ୍ପ୍ରଦାୟିକ, ଧାର୍ମିକ, ସାଂସ୍କୃତିକ ଏବଂ ଜାତୀୟ ସୀମା ସରହଦକୁ ଅତିକ୍ରମ କରି ବିଶ୍ୱ ସ୍ତରରେ ପହଞ୍ଚିଛି।

ସେ ଏହି କାର୍ଯ୍ୟକ୍ରମରେ କହିଥିଲେ, ରାମାୟଣ ଶହ ଶହ ବର୍ଷର ଭାରତୀୟ ସଂସ୍କୃତିର ଗନ୍ତାଘର। ଏଥିରେ ବିଶ୍ୱର ସମସ୍ତ ସମସ୍ୟାର ସମାଧାନ ରହିଛି। ମହର୍ଷି ବାଲ୍ମିକୀଙ୍କର ଏହି ଅତୁଳନୀୟ ସୃଷ୍ଟିର ଆଦର୍ଶ ମାନବ ଜୀବନ ଏବଂ ଏହାର ମୂଲ୍ୟବୋଧ ଉପରେ ପ୍ରଭାବ ରହିଛି। ଏହା ମାନବ ଜୀବନର ଉତ୍ଥାନ ପତନ ଏବଂ ମାନବ ଜୀବନର ନୈତିକତାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଥାଏ।

ଅମିତ ଶାହ ଆହୁରି ମଧ୍ୟ କହିଥିଲେ, ସୁଶାସନ, ଯୁଦ୍ଧ କଳା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ମହିଳାଙ୍କ ମର୍ଯ୍ୟାଦାର ସୁରକ୍ଷା ଏବଂ ବିଶେଷ କରି ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟରେ କଥୋପକଥନ ବହୁତ ଶିକ୍ଷଣୀୟ। ଶ୍ରୀ ଶାହ ଏହି କାର୍ଯ୍ୟକ୍ରମର ଆୟୋଜକ ଇଣ୍ଡିଆନ୍ କାଉନ୍ସିଲ୍ ଫର କଲଚରାଲ ରିଲେସନ୍ସ (ଆଇସିସିଆର)କୁ ଏହି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos