କଲରାପତରିଆକୁ ମାରି ଆଖି ତାଡ଼ିଦେଲେ ଗାଁ ଲୋକେ

ଆସାମ: ଆଜି ସକାଳେ ଆସାମର ଗୋଟିଏ ଗାଁରେଏକ କଲରାପତରିଆ ବାଘକୁ ହତ୍ୟା କରିବା ସହ ତା’ର ଆଖି ତାଡ଼ି ଦେଇଛନ୍ତି। ଏଥିସହିତ ତାକୁ ମାରିବା ପରେ ତା’ର ପଞ୍ଝା ମଧ୍ୟ କାଟିଦେଇଛନ୍ତି। ସେହି ଅଞ୍ଚଳର ଜଣେ ଲୋକଙ୍କୁ ସେ ଆକ୍ରମଣ କରିଥିବାରୁ ପ୍ରତିଶୋଧରେ ତାକୁ ମାରିଦିଆଯାଇଥିବା ଜଣାପଡ଼ିଛି। ଭେସେଲିପଥର ନାମକ ଏହି ଗାଁର ଲୋକେ କୁହନ୍ତି, ଏହି ବାଘ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଗତ କିଛି ସପ୍ତାହ ହେଲା ତା’ର ପ୍ରକୋପ ବଢ଼ିଯାଇଥିଲା। ତେଣୁ […]

leopard

Subrat Kumar Nayak
  • Published: Friday, 31 May 2019
  • , Updated: 31 May 2019, 06:30 PM IST

ଆସାମ: ଆଜି ସକାଳେ ଆସାମର ଗୋଟିଏ ଗାଁରେଏକ କଲରାପତରିଆ ବାଘକୁ ହତ୍ୟା କରିବା ସହ ତା’ର ଆଖି ତାଡ଼ି ଦେଇଛନ୍ତି। ଏଥିସହିତ ତାକୁ ମାରିବା ପରେ ତା’ର ପଞ୍ଝା ମଧ୍ୟ କାଟିଦେଇଛନ୍ତି। ସେହି ଅଞ୍ଚଳର ଜଣେ ଲୋକଙ୍କୁ ସେ ଆକ୍ରମଣ କରିଥିବାରୁ ପ୍ରତିଶୋଧରେ ତାକୁ ମାରିଦିଆଯାଇଥିବା ଜଣାପଡ଼ିଛି।

ଭେସେଲିପଥର ନାମକ ଏହି ଗାଁର ଲୋକେ କୁହନ୍ତି, ଏହି ବାଘ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଗତ କିଛି ସପ୍ତାହ ହେଲା ତା’ର ପ୍ରକୋପ ବଢ଼ିଯାଇଥିଲା। ତେଣୁ ତାକୁ ହତ୍ୟା କରାଗଲା। ଗତ କିଛି ଦିନ ତଳେ ନୀଲେଶ୍ୱର ଚାଙ୍ଗମାଇ ନାମକ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିଥିଲା। ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବାଘଟି ଅନେକ ଗୃହପାଳିତ ପଶୁଙ୍କୁ ମଧ୍ୟ ମାରିସାରି ଥିଲା।

ଗାଁଲୋକେ ବନବିଭାଗ ନାମରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ଏହି କଲରାପତରିଆ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିଲେ ହେଁ ବିଭାଗ ଏଥିପ୍ରତି ଦୃଷ୍ଟ ନଦେଇ ଚୁପ୍‌ ବସିଥିଲା। ୨ ବର୍ଷ ତଳେ ଅନ୍ୟ ଏକ ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଗୋଟିଏ ବାଘ ମାରିବା ପରେ ୧୦୦ ଜଣ ଲୋକ ମିଶି ସମ୍ପୃକ୍ତ ବାଘଟିକୁ ହତ୍ୟା କରି ତା’ର ମାଂସ ଖାଇଥିଲେ।

Related story