ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲରେ ପଶିଛି ଚିତା ବାଘ। ଯାହାକୁ ନେଇ ଆତଙ୍କୀତ ଛାତ୍ରଛାତ୍ରୀ। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଷ୍ଟେଟ୍ ଫ୍ରାନ୍ସିସ୍କୋ ମୁକ ବଧିର ସ୍କୁଲରେ ଚିତା ବାଘ ଦେଖିବାକୁ ମିଳିଛି। ଆଜି ସକାଳୁ ସ୍କୁଲର ପ୍ରର୍ଥନା ପରେ ଛାତ୍ରଛାତ୍ରୀ କ୍ଲାସ୍ରୁମକୁ ଯାଇଥିଲେ। ଏହି ସମୟରେ କ୍ଲାସ୍ରୁମରେ ଚିତାବାଘ ଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଶିକ୍ଷୟତ୍ରୀ ଏନେଇ ଅଭିଯୋଗ କରିଥିଲେ। ତେବେ ସିସିଟିଭି ଭିଜୁଆଲକୁ ଦେଖିବା ପରେ ଏନେଇ ସ୍ପଷ୍ଟ ହୋଇଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଚିତାବାଘକୁ କାବୁ କରିବାକୁ ପ୍ରୟାସ କରିଥିଲେ। ତେବେ ଦୀର୍ଘ ସମୟ ଧରି ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି। ବହୁ ସମୟ ପରେ ବି ଚିତାକୁ କାବୁ କରି ପାରିନାହିଁ ବନ ବିଭାଗ। ସ୍ୱତନ୍ତ୍ର ପିଞ୍ଜରାର ବନ୍ଦୋବସ୍ତ କରିଛି ବନ ବିଭାଗ। ଏହାସହ ଛାତ୍ରଛାତ୍ରୀଙ୍କୁ ହେଷ୍ଟେଲ ଏବଂ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପ୍ରଘଟ ହେବା ପରେ ସ୍କୁଲରେ ଲୋକଙ୍କ ଭିଡ଼ ଜମିଥିଲା।
https://www.youtube.com/watch?v=_u2kSDt5FuQ