୧୦୦ ସ୍ଥାନରେ ନୂତନ ଗ୍ୟାସ୍‌ ଏଜେନ୍ସି ପାଇଁ ମିଳିବ ଲାଇସେନ୍ସ: ଆପଣ ବି ଚାହିଁଲେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯୁବ ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ୟାସ ଇନ୍ଧନକୁ ନେଇ ଗୁରୁବାର ଏକ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଚଳିତ ମାସରେ ଭାରତୀୟ ପେଟ୍ରୋଲିୟମ ରେଗୁଲେଟେରୀ ପକ୍ଷରୁ ଦେଶର ୧୦୦ ଶହରରେ ଗ୍ୟାସ ଏଜେନ୍ସି ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ।  ଏହାର ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଭାରତୀୟ ଉଦ୍ୟୋଗ ଏବଂ ବାଣିଜ୍ୟ ମହାସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ଧର୍ମେନ୍ଦ୍ର ଏହା କରିଛନ୍ତି।  […]

dharmendra

Rakesh Mallick
  • Published: Sunday, 14 January 2018
  • , Updated: 14 January 2018, 05:37 PM IST

ନୂଆଦିଲ୍ଲୀ: ଯୁବ ଉଦ୍ୟୋଗୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ୍ୟାସ ଇନ୍ଧନକୁ ନେଇ ଗୁରୁବାର ଏକ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଚଳିତ ମାସରେ ଭାରତୀୟ ପେଟ୍ରୋଲିୟମ ରେଗୁଲେଟେରୀ ପକ୍ଷରୁ ଦେଶର ୧୦୦ ଶହରରେ ଗ୍ୟାସ ଏଜେନ୍ସି ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ।  ଏହାର ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଭାରତୀୟ ଉଦ୍ୟୋଗ ଏବଂ ବାଣିଜ୍ୟ ମହାସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ଧର୍ମେନ୍ଦ୍ର ଏହା କରିଛନ୍ତି।  ଧର୍ମେନ୍ଦ୍ର କହଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପ୍ରାକୃତିକ ଏବଂ ଗ୍ୟାସ ନିୟାମକ ବୋର୍ଡ଼ ପକ୍ଷରୁ ୮୦ଟି ସହରରେ ଗ୍ୟାସ ଏଜେନ୍ସି ବିତରଣ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏବେ ଆଉ ୧୦୦ଟି ସହରରେ ଏହି ପ୍ରକ୍ରିୟାକୁ ସାମିଲ କରାଯିବ। ଫଳରେ ଲୋକେ ଆତ୍ମନିର୍ଭରଶୀଳ ହେବା ସହ ଗ୍ୟାସ ଉତ୍ପାଦନହାର ବୃଦ୍ଧି ପାଇବ। ସେହିପରି ଦେଶରେ ଏବେ ଇନ୍ଧନ ଶକ୍ତି ଉତ୍ପାଦନରେ ୬ ପ୍ରତିଶତ ଥିବା ବେଳେ ଆଗକୁ ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଞ୍ଚିବ। ବର୍ତ୍ତମାନ ଇନ୍ଧନ ଶକ୍ତି ଉତ୍ପାଦନରେ ଆହୁରି ୫ଟି କମ୍ପାନୀ ରାଜିଥିବା ସେ କହିଛନ୍ତି।

ଗ୍ୟାସ୍‌ ଏଜେନ୍ସି ପାଇଁ କେମିତି କରିବେ ଆବେଦନ

ଏଲପିଜି ଗ୍ୟାସ୍ ସମ୍ପର୍କିତ ଏଜେନ୍ସି ଲାଗି କିଛି ନିୟମ ରହିଛି। ଏଜେନ୍ସି ପାଇଁ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଏଲ୍‌ପିଜି ବିତରକ ଯୋଜନା (ଆରଜିଜିଏଲବି)ରେ ଆବେଦନ କରିପାରିବେ। ଏଥିରେ ଗ୍ୟାସ ଏଜେନ୍ସି ଲାଗି ପ୍ରକୋଷ୍ଟ ସ୍ଥାନ ସମ୍ପର୍କରେ ଗ୍ୟାସ କମ୍ପାନୀ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଉଛି। ସେହିପରି ଗ୍ୟାସ ଏଜେନ୍ସି ପାଇଁ ଆପଣଙ୍କ ପାଖରେ ସ୍ଥାୟୀ ଠିକଣାର ପ୍ରମାଣପତ୍ର ଥିବା ଆବଶ୍ୟକ। ଏଥିସହ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଜମି ଥିବା ଆବଶ୍ୟକ। ଯେଉଁଥି ପାଇଁ ଆପଣ ଗୋଦାମ ବନାଇପାରିବେ। ସେହିପରି ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଦଶମ ପାସ୍ କରିଥିବା ଜରୁରୀ। ଏଥିସହ ବୟସ ୨୧ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଜରୁରୀ।

Related story