ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଜନବସତି ସ୍ଥାପନର ସମ୍ଭାବନା। ଏହି ସମ୍ଭାବନା ସୃଷ୍ଟି କରିଛି ଏଠାରେ ଆବିଷ୍କୃତ ଏକ ଲାଭା ଟନେଲ। ଚନ୍ଦ୍ରପୃଷ୍ଠରେ ଲାଭା ପ୍ରବାହ ଦ୍ୱାରା ଏହି ସୁଡଙ୍ଗ ସୃଷ୍ଟି ହୋଇଥିବା ଜାପାନ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଏହି ସୁଡ଼ଙ୍ଗ ଭିତରେ ମଣିଷ କ୍ଷତିକାରକ ବିକିରଣ ଓ ଉଚ୍ଚ ସୌରତାପରୁ ନିଜକୁ ସୁରକ୍ଷିତ ରଖିପାରିବ ବୋଲି ଆଶା କରାଯାଉଛି। ଚନ୍ଦ୍ରପୃଷ୍ଠରେ ଠାବ ହୋଇଥିବା ଲାଭା ଟନେଲରେ ଆମେରିକାର ଫିଲାଡେଲଫିଆ ଭଳି ଏକ ସହର ପ୍ରତିଷ୍ଠା କରାଯାଇପାରିବ।
ବିଶେଷକରି ଆଗ୍ନେୟଗିରି ବାହାରୁଥିବା ଉତ୍ତପ୍ତ ଲାଭା ପ୍ରବାହିତ ହେବା ଯୋଗୁଁ ଏଭଳି ଲାଭା ଟନେଲ ସୃଷ୍ଟି ହୋଇଥାଏ। ଜାପାନର ମହାକାଶଯାନ ସେଲେନି ଉଠାଇଥିବା ଫଟୋରୁ ଏହି ଟନେଲର ସଂଧାନ ମିଳିଛି। ପୃଥିବୀ ପୃଷ୍ଠରେ ଥିବା ଲାଭା ଟନେଲ ତୁଳନାରେ ଏହା ଯଥେଷ୍ଟ ବଡ଼ । ଏପରିକି ଏଠାରେ ଆମେରିକାର ଫିଲଡେଲଫିଆ ଆକାରର ଏକ ସହର ପ୍ରତିଷ୍ଠା କରାଯାଇପାରିବ।
ଚନ୍ଦ୍ରରେ ଜୀବନ ଧାରଣ ଲାଗି ଉପାଦାନ ନାହିଁ। ଚନ୍ଦ୍ରର ବାୟୁମଣ୍ଡଳ ନାହିଁ କି ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ମଧ୍ୟ ନାହିଁ। ସେହିପରି ଏହାର ପୃଷ୍ଠ ଭାଗର ତାପମାତ୍ରାରେ ବହୁ ତାରତମ୍ୟ ରହିଛି। ମହାକାଶଚାରୀମାନେ ବ୍ୟବହାର କରୁଥିବା ପୋଷାକ କ୍ଷତିକାରକ ବିକିରଣ ଓ ଉଚ୍ଚ ତାପମାତ୍ରାରୁ ସର୍ବାଧୀକ ୩ ଦିନ ପଯର୍ୟନ୍ତ ସୁରକ୍ଷା ଦେଇପାରିବ। ତେବେ ଲାଭା ଟନେଲ ଏଦିଗରେ ଅତି ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକ ଆଶା କରୁଛନ୍ତି। କ୍ଷତିକାରକ ବିକିରଣ ଓ ଚନ୍ଦ୍ରରେ ହେଉଥିବା ଝଡରୁ ମଣିଷ ଏଠାରେ ନିଜକୁ ସୁରକ୍ଷିତ ରଖିପାରିବ। ତେଣୁ ମହାକାଶଚାରୀମାନେ ଏହି ସୁଡ଼ଙ୍ଗ ଭିତରେ ରହି ଦୀର୍ଘ ଦିନ ଧରି ଗବେଷଣା କରିପାରିବେ।
[vc_video link=" " align="center"]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
