ବିରିୟାନିରେ ଝିଟିପିଟି: ରେଳମନ୍ତ୍ରୀଙ୍କୁ ଟ୍ୱିଟ୍‌  କଲେ ଯାତ୍ରୀ

ନୂଆଦିଲ୍ଲୀ: କିଛିଦିନ ପୂର୍ବେ ସଂସଦରେ କିଛି ସାଂସଦ ଅଭିଯୋଗ କରିଥିଲେ ଯେ, ଭାରତୀୟ ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟ ମଣିଷ ଖାଇବା ଯୋଗ୍ୟ ନୁହେଁ। ଏହି ଘଟଣାକୁ ମାତ୍ର କିଛି ଦିନ ହେଇଥିବାବେଳେ  ଉତ୍ତରପ୍ରଦେଶର ଯାତ୍ରୀମାନେ ଏହାର ପ୍ରମାଣ ମଧ୍ୟ ଦେଇସାରିଲେଣି। ଗତକାଲି ପୁର୍ବ ଏକ୍ସପ୍ରେସରେ ଦିଆଯାଇଥିବା ଖାଦ୍ୟରେ ଏକ ମୃତ ଝିଟିପିଟି ମିଳିଛି। ଏହି ଟ୍ରେନରେ ଶ୍ରଦ୍ଧାଳୁମାନଙ୍କର ଏକ ଦଳ ଝାଡଖଣ୍ଡରୁ ୟୁପି ଯାତ୍ରା କରୁଥିବାବେଳେ ସେମାନଙ୍କୁ ଭେଜ ବିରିୟାନି ପରଷା ଯାଇଥିଲା। ସେହି  ବିରିୟାନିରେ ମୃତ […]

lizard

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 03:13 PM IST

ନୂଆଦିଲ୍ଲୀ: କିଛିଦିନ ପୂର୍ବେ ସଂସଦରେ କିଛି ସାଂସଦ ଅଭିଯୋଗ କରିଥିଲେ ଯେ, ଭାରତୀୟ ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟ ମଣିଷ ଖାଇବା ଯୋଗ୍ୟ ନୁହେଁ। ଏହି ଘଟଣାକୁ ମାତ୍ର କିଛି ଦିନ ହେଇଥିବାବେଳେ  ଉତ୍ତରପ୍ରଦେଶର ଯାତ୍ରୀମାନେ ଏହାର ପ୍ରମାଣ ମଧ୍ୟ ଦେଇସାରିଲେଣି। ଗତକାଲି ପୁର୍ବ ଏକ୍ସପ୍ରେସରେ ଦିଆଯାଇଥିବା ଖାଦ୍ୟରେ ଏକ ମୃତ ଝିଟିପିଟି ମିଳିଛି। ଏହି ଟ୍ରେନରେ ଶ୍ରଦ୍ଧାଳୁମାନଙ୍କର ଏକ ଦଳ ଝାଡଖଣ୍ଡରୁ ୟୁପି ଯାତ୍ରା କରୁଥିବାବେଳେ ସେମାନଙ୍କୁ ଭେଜ ବିରିୟାନି ପରଷା ଯାଇଥିଲା। ସେହି  ବିରିୟାନିରେ ମୃତ ଝିଟିପିଟି ମିଳିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ଦେହ ମଧ୍ୟ ଖରାପ ହୋଇଯାଇଥିଲା।

ଏହାର ଅଭିଯୋଗ ସେ ଟିକେଟ ଚେକରଙ୍କୁ କରିଥିଲେ। ହେଲେ ତାଙ୍କ କଥାକୁ କେହି ଧ୍ୟାନ ଦେଇନଥିଲେ। ପରେ ଯାତ୍ରୀ ଜଣକ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଟ୍ୱିଟ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ଟ୍ୱିଟର ପ୍ରଭାବରେ , ଟ୍ରେନ୍ ୟୁପିର ମୁଗଲସରାୟା ଷ୍ଟେସନରେ ରହିବା ମାତ୍ରେ ହିଁ କିଛି ବରିଷ୍ଠ ଅଧିକାରୀ ପହଞ୍ଚି ପୀଡିତ ବ୍ୟକ୍ତିକୁ ଔଷଧ ଦେଇଥିଲେ ଏବଂ ଘଟଣାର ତଦନ୍ତ କରିଥିଲେ।

ମୁଗଲସରାୟା ଷ୍ଚେସନର ବରିଷ୍ଠ ଅଧିକାରୀ  କିଶୋର କୁମାର କହିଲେ ଯେ, ‘ଆମ ପାଇଁ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସବୁଠାରୁ ଚିନ୍ତାଜନକ ବିଷୟ। ତେଣୁ ଟ୍ରେନ୍ ଆସିବା ପୂର୍ବରୁ ହିଁ ଆମେ ଡାକ୍ତରଙ୍କ ସହ ଅସୁସ୍ଥ ବ୍ୟକ୍ତି ଜଣଙ୍କ ସମ୍ପର୍କରେ ପରାମର୍ଶ ନେଇ ଔଷଧ ମଧ୍ୟ ନେଇଆସିଥିଲୁ’। ଏଥିସହ ଘଟଣାର ଯାଞ୍ଚ କରାଯିବ ବୋଲି ସେ ଭରସା ଦେଇଛନ୍ତି।

Related story