ୟୁପି, ପଞ୍ଜାବ ଓ କର୍ଣ୍ଣାଟକ ପରେ ମହାରାଷ୍ଟ୍ର ସରକାର କଲେ କୃଷି ଋଣ ଛାଡ଼, ଓଡ଼ିଶାରେ କେବେ?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ ଏବଂ  କର୍ଣ୍ଣାଟକ ପରେ ମହାରାଷ୍ଟ୍ର ସରକାର କୃଷି ଋଣ ଛାଡ଼ କରିଛନ୍ତି । ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଚାଷୀମାନଙ୍କୁ ସଂପୂର୍ଣ୍ଣ ଛାଡ଼ କରାଯାଇଛି। ଦେଶର ଇତିହାସରେ ଏହା ସବୁଠୁ ବଡ଼ କୃଷି ଋଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୩୪ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ଫଡନବିସ କହିଛନ୍ତି ଯେ, ୨୦୧୨ରୁ ରାଜ୍ୟରେ ଦୁର୍ଭିକ୍ଷ ଭଳି ସ୍ଥିତି […]

farmer-4

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 10:02 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ ଏବଂ  କର୍ଣ୍ଣାଟକ ପରେ ମହାରାଷ୍ଟ୍ର ସରକାର କୃଷି ଋଣ ଛାଡ଼ କରିଛନ୍ତି । ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଚାଷୀମାନଙ୍କୁ ସଂପୂର୍ଣ୍ଣ ଛାଡ଼ କରାଯାଇଛି। ଦେଶର ଇତିହାସରେ ଏହା ସବୁଠୁ ବଡ଼ କୃଷି ଋଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୩୪ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ଫଡନବିସ କହିଛନ୍ତି ଯେ, ୨୦୧୨ରୁ ରାଜ୍ୟରେ ଦୁର୍ଭିକ୍ଷ ଭଳି ସ୍ଥିତି ଦେଖାଦେଇଛି।  ଚାଷୀମାନେ ଋଣ ସୁଝିବାରେ ସକ୍ଷମ ହୋଇପାରୁ ନାହାନ୍ତି ।

ଏପରି ସ୍ଥିତିରେ ସବୁ ଦଳ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ଏହାଦ୍ୱାରା ୮୯ ଲକ୍ଷ ଚାଷୀ ଉପକୃତ ହେବେ । ଏହାକୁ ଛତ୍ରପତି ଶିବାଜୀ ମହାରାଜ କୃଷି ସମ୍ମାନ ଯୋଜନା ନାଁରେ ନାମିତ କରାଯାଇଛି।  ତେବେ ଇନକମ୍ ଟ୍ୟାକ୍ସ ଦେଉଥିବା ଚାଷୀମାନେ ଏହାର ଲାଭ ପାଇପାରିବେ ନାହିଁ । ଗତ କିଛି ଦିନ ହେବ କୃଷି ଋଣ ଛାଡ଼ କରିବା ଦାବିରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏପଟେ ଓଡ଼ିଶାରେ ବି କୃଷି ଋଣ ଛାଡ଼ ନେଇ ଦାବି ଜୋର ଧରିବାରେ ଲାଗିଛି।  ଋଣ ଛାଡ଼ ନେଇ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ।  ତେବେ ରାଜ୍ୟରେ କେବେ  ଋଣ ଛାଡ଼ ହେଉଛି ତାହା ଦେଖିବାର ବାକି ରହିଲା।

Related story