କଣ୍ଟେନମେଣ୍ଟ ଜୋନରେ ୭ ଦିନ ପାଇଁ ଲକଡାଉନ୍ ଘୋଷଣା

କୋଲକାତା: କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି ମମତା ସରକାର। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ଗୁରୁବାର ସଂଧ୍ୟା ୫ଟା ପାଖରୁ ଏହି ଲକଡାଉନ୍ ଆରମ୍ଭ ହେବ ବୋଲି ସେ କହିଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗରେ ସର୍ବାଧିକ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମମତା ସ୍ଥିତିର ସମୀକ୍ଷା କରି ଲକଡାଉନ ଅବଧିକୁ ବଢ଼ାଇଛନ୍ତି। COVID-19: Lockdown will be imposed in containment zones […]

Mamata-Banerjee

Subhransu Sekhar
  • Published: Wednesday, 08 July 2020
  • , Updated: 08 July 2020, 07:25 PM IST

କୋଲକାତା: କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି ମମତା ସରକାର। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ଗୁରୁବାର ସଂଧ୍ୟା ୫ଟା ପାଖରୁ ଏହି ଲକଡାଉନ୍ ଆରମ୍ଭ ହେବ ବୋଲି ସେ କହିଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗରେ ସର୍ବାଧିକ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ମମତା ସ୍ଥିତିର ସମୀକ୍ଷା କରି ଲକଡାଉନ ଅବଧିକୁ ବଢ଼ାଇଛନ୍ତି।

https://twitter.com/PTI_News/status/1280829463198986241

ସୂଚନାଯୋଗ୍ୟ, ମଙ୍ଗଳବାର ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୮୦୭ ଛୁଇଁଛି। ସେହିପରି ୮୫୦ ଆକ୍ରାନ୍ତ କରୋନାରେ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩, ୮୩୭ ଛୁଇଁଛି। ସେହିପରି ଖବର ଲେଖା ହେବା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ସୋମବାର ପାଖରୁ ୫୫୫ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

Related story