କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏ ଲକଡାଉନ୍

ନୂଆଦିଲ୍ଲୀ: କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏ ବଳବତ୍ତର ରହିବ ଲକଡାଉନ୍। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଉଛି। ତେବେ ଜୁନ୍ ୮ ପରେ ସପିଂ ମଲ୍, ହୋଟେଲ, ରେଷ୍ଟୁରାଣ୍ଟ, ସମସ୍ତ ଧାର୍ମିକ ସ୍ଥାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ସ୍କୁଲ ଓ କଲେଜ ଖୋଲିବା ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର […]

lockdown india map

Subhransu Sekhar
  • Published: Saturday, 30 May 2020
  • , Updated: 30 May 2020, 08:42 PM IST

ନୂଆଦିଲ୍ଲୀ: କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏ ବଳବତ୍ତର ରହିବ ଲକଡାଉନ୍। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଉଛି। ତେବେ ଜୁନ୍ ୮ ପରେ ସପିଂ ମଲ୍, ହୋଟେଲ, ରେଷ୍ଟୁରାଣ୍ଟ, ସମସ୍ତ ଧାର୍ମିକ ସ୍ଥାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ସ୍କୁଲ ଓ କଲେଜ ଖୋଲିବା ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସେହିପରି କର୍ଫ୍ୟୁ ଅବଧି କମାଇଛନ୍ତି ସରକାର। ରାତି ୯ଟାରୁ ସକାଳ ୫ଟା ଯାଏ ଦେଶରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ପୂର୍ବରୁ ଏହା ସଂଧ୍ୟା ୭ରୁ ସକାଳ ୭ ଥିଲା। ଏବେ ଏହି ଅବଧି ବଢ଼ାଇଛନ୍ତି ସରକାର।

https://twitter.com/PTI_News/status/1266724874099154946

ଅନ୍ୟପଟେ ଶନିବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୭୦ ଲକ୍ଷକୁ ବୃଦ୍ଧି ପାଇଛି। ଶନିବାର ୭୯୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ, ଗୋଟିଏ ଦିନରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪,୯୦୦ ଅତିକ୍ରମ କରିଛି। ସେହିପରି ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ହଜାରରୁ ଅଧିକ ଆରୋଗ୍ୟ ହୋଇଛନ୍ତି।

Related story