ରାଜଧାନୀକୁ ପୁଣିଥରେ ଫେରିପାରେ ଲକଡାଉନ୍, ସୋମବାର ଶାହ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୃହମନ୍ତ୍ରୀ ଅମିତ ଶାହା ରବିବାର ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ। ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନା ବେଳେ ସମସ୍ତ ସରକାର ଏବଂ ସଂସ୍ଥା ମିଳିତ ଭାବେ କାମ କରିବା ଦରକାର ବୋଲି ସେ କହିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଏଲଜି ଅନୀଲ ବାଇଜଲ ଏବଂ ଦିଲ୍ଲୀ […]

shah delhi

Subhransu Sekhar
  • Published: Sunday, 15 November 2020
  • , Updated: 15 November 2020, 09:36 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗୃହମନ୍ତ୍ରୀ ଅମିତ ଶାହା ରବିବାର ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ। ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନା ବେଳେ ସମସ୍ତ ସରକାର ଏବଂ ସଂସ୍ଥା ମିଳିତ ଭାବେ କାମ କରିବା ଦରକାର ବୋଲି ସେ କହିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଏଲଜି ଅନୀଲ ବାଇଜଲ ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍ ମଧ୍ୟ ଉପସ୍ଥିତ ଥିଲେ।

ଆସନ୍ତା ଦୁଇ ଦିନ ମଧ୍ୟରେ ଡିଆରଡିଓ ଦିଲ୍ଲୀକୁ ୭୫୦ ଆଇସିୟୁ ବେଡ ଯୋଗାଇ ଦେବ ବୋଲି କେନ୍ଦ୍ର ସରକାର ଏହି ବୈଠକରେ ସୁନିଶ୍ଚିତ କରିଛନ୍ତି। ଏହାକୁ ନେଇ କେଜ୍ରିଓ୍ୱାଲ କେନ୍ଦ୍ରକୁ ଧନ୍ୟବାଦ ଦେଇଛନ୍ତି।

ତେବେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଏଣିକି ପ୍ରତିଦିନ ଦିଲ୍ଲୀରେ ଏକ ଲକ୍ଷ କରୋନା ପରୀକ୍ଷା ହେବ। ଏହା ବ୍ୟତୀତ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ କିଛି ସ୍ଥାନରେ ଲକଡାଉନ୍ ହେବା ନେଇ ଗୃହ ମନ୍ତ୍ରଣାଳୟ ସୋମବାର ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ନଜରରେ ରଖି ଚିକିତ୍ସା ଭିତ୍ତିଭୂମି ସମୀକ୍ଷା ପାଇଁ ଏହି ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ପୂର୍ବରୁ ମୋଦି ସରକାର ଦିଲ୍ଲୀକୁ କରୋନାରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ, ତାହା ସଫଳ ହୋଇଥିଲା ବୋଲି ସେ କହିଛନ୍ତି।

ଗୃହମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ଆରଟି- ପିସିଆର ପରୀକ୍ଷା ଦୁଇ ଗୁଣା ବୃଦ୍ଧି କରାଯିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆଇସିଏମଆର ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ଦିଲ୍ଲୀରେ ନିୟୋଜିତ ହେବ। ଏହାଦ୍ୱାରା ଲ୍ୟାବ କ୍ଷମତା ବଢ଼ିବ।

ସେହିପରି ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜାମ ଦାନ ଏବଂ ପ୍ରଭାବିତ ଲୋକଙ୍କୁ ପ୍ଲାଜମା ଦାନ ପାଇଁ ଏକ ପ୍ରୋଟୋକଲ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Related story