ଲୋହିଆଙ୍କୁ ଅପମାନିତ କରିଛନ୍ତି ନୀତୀଶ ଓ ଲାଲୁ: ଜେଟଲୀ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ଜୋର ଧରୁଛି। ରାଜନୈତିକ ଦଳଗୁଡ଼ିକୁ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ବିଶେଷ କରି ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗି ରହିଛି। ଏହି ଧାରାରେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସେ ସିଧାସଳଖ ଭାବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ସମାଲୋଚନା କରିଛନ୍ତି। […]

ArunJaitley

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 09:50 AM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ଜୋର ଧରୁଛି। ରାଜନୈତିକ ଦଳଗୁଡ଼ିକୁ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ବିଶେଷ କରି ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗି ରହିଛି। ଏହି ଧାରାରେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ। ସେ ସିଧାସଳଖ ଭାବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ସମାଲୋଚନା କରିଛନ୍ତି।

ଜେଟଲୀ କହିଛନ୍ତି, ସ୍ୱାଧୀନତା ପରେ ଦେଶରେ ସବୁଠୁ ବଡ଼ ବ୍ୟକ୍ତିତ୍ୱ ଥିଲେ ନେହେରୁ। ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଲୋହିଆ। କଂଗ୍ରେସ ହଟାଅ ଓ ଦେଶ ବଞ୍ଚାଅ ବୋଲି ସେ ଆହ୍ୱାନ ଦେଇଥିଲେ। କଂଗ୍ରେସକୁ ହଟାଇବା ପାଇଁ ଲୋହିଆ ଦେଶବାସୀଙ୍କୁ ଏକାଠି କରିଥିଲେ। କିନ୍ତୁ ଆଜି ତାଙ୍କ ନାଁରେ ରାଜନୀତି କରୁଥିବା ନେତାଏ ଯାଇ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ତାଙ୍କ ଆଦର୍ଶରେ ରାଜନୀତି କରୁଥିବା ନେଇ ଦାବି କରୁଥିବା ନେତାମାନେ ଏଭଳି କରି ତାଙ୍କୁ ଅପମାନିତ କରୁଛନ୍ତି। ନୀତୀଶ ଓ ଲାଲୁଙ୍କ ଉଦ୍ଦେଶ୍ୟରେ ସେ ଏହି କଥା କହିଥିଲେ।

Related story