ମନ୍ତ୍ରୀ ନେତାଙ୍କୁ ମଧ୍ୟାହ୍ଣଭୋଜନ ଦେଲେ ବାଚସ୍ପତି

ନୂଆଦିଲ୍ଲୀ: ବୁଧବାର ସରିଯିବ ୧୬ତମ ଲୋକସଭା। ଏହାର ଠିକ୍‌ ପୂର୍ବରୁ ମଙ୍ଗଳବାର ସମସ୍ତ ମନ୍ତ୍ରୀ ଏବଂ ସଂସଦରେ ସମସ୍ତ ଦଳର ନେତାଙ୍କୁ ମଧ୍ୟାହ୍ଣଭୋଜନରେ ଆପ୍ୟାୟିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଏଥିରେ ଲୋକସଭା ଏବଂ ରାଜ୍ୟସଭାରେ ବିଭିନ୍ନ ଦଳର ମୁଖ୍ୟସଚେତକ ଏବଂ ସଚେତକମାନେ ମଧ୍ୟ ଯୋଗ ଦେଇଥିଲେ। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ, ଲୋକସଭା ଉପବାଚସ୍ପତି ଏମ୍‌ ଥମ୍ବିଦୁରାଇ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ମନ୍ତ୍ରୀମାନେ ଯୋଗ ଦେଇଥିଲେ। […]

sumitra

Subrat Kumar Nayak
  • Published: Tuesday, 12 February 2019
  • , Updated: 12 February 2019, 07:47 PM IST

ନୂଆଦିଲ୍ଲୀ: ବୁଧବାର ସରିଯିବ ୧୬ତମ ଲୋକସଭା। ଏହାର ଠିକ୍‌ ପୂର୍ବରୁ ମଙ୍ଗଳବାର ସମସ୍ତ ମନ୍ତ୍ରୀ ଏବଂ ସଂସଦରେ ସମସ୍ତ ଦଳର ନେତାଙ୍କୁ ମଧ୍ୟାହ୍ଣଭୋଜନରେ ଆପ୍ୟାୟିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ଏଥିରେ ଲୋକସଭା ଏବଂ ରାଜ୍ୟସଭାରେ ବିଭିନ୍ନ ଦଳର ମୁଖ୍ୟସଚେତକ ଏବଂ ସଚେତକମାନେ ମଧ୍ୟ ଯୋଗ ଦେଇଥିଲେ। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ, ଲୋକସଭା ଉପବାଚସ୍ପତି ଏମ୍‌ ଥମ୍ବିଦୁରାଇ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ ମନ୍ତ୍ରୀମାନେ ଯୋଗ ଦେଇଥିଲେ।

ସେହିଭଳି ବିରୋଧୀ ଦଳମାନଙ୍କରୁ ଲୋକସଭାରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡ଼ଗେ, ଟିଏମ୍‌ସିର ସୌଗତ ରୟ, ଜେଡିଏସ୍‌ର ଏଚ୍‌ଡି ଦେବେଗୌଡ଼ା, ଏନ୍‌ସିପିର ସୁପ୍ରିୟା ସୁଲେ ଏବଂ ଶିରୋମଣି ଅକାଳୀ ଦଳର ଏସ୍‌ଏସ୍‌ ଧିଣ୍ଡସା ଆଦି ଯୋଗ ଦେଇଥିଲେ।

ବାଚସ୍ପତିଙ୍କ ନିଜ ରାଜ୍ୟ ମଧ୍ୟପ୍ରଦେଶର ମାଲ୍‌ୱା ଅଞ୍ଚଳର ପ୍ରସିଦ୍ଧ ନିରାମିଷ ଖାଦ୍ୟ ‘ଲଡ୍ଡୁ-ବାଫ୍‌ଲା’ ଏହି ଭୋଜନରେ ପରଷା ଯାଇଥିଲା। ଚଳିତ ବର୍ଷ ମେ’ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହାହିଁ ଥିଲା ଶେଷ ଅଧିବେଶନ।

Related story