ଆଶ୍ୱସ୍ତ ଲଣ୍ଡନ, ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ

ଲଣ୍ଡନ: ଲଣ୍ଡନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମୁଥିବା ଦେଖି ଆଶ୍ୱସ୍ତ ହୋଇଛି ଲଣ୍ଡନ। ଆଗାମୀ ୨ ସପ୍ତାହ ମଧ୍ୟରେ ଲଣ୍ଡନ କରୋନା ମୁକ୍ତ ହେବ ବୋଲି ଆକଳନ କରାଯାଉଛି। ପବ୍ଲିକ ହେଲଥ ଇଂଲଣ୍ଡ ଏବଂ କ୍ୟାମ୍ପ୍ରିଜ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟ ଅନୁଯାୟୀ, ଏବେ କରୋନା ସଂକ୍ରମିତ ହାର ୦.୪ ପ୍ରତିଶତ ରହିଛି। ଲକଡାଉନ୍ ପୂର୍ବରୁ ଏହା ୨.୮ […]

coronavirus-lockdown

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 09:28 PM IST

ଲଣ୍ଡନ: ଲଣ୍ଡନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମୁଥିବା ଦେଖି ଆଶ୍ୱସ୍ତ ହୋଇଛି ଲଣ୍ଡନ। ଆଗାମୀ ୨ ସପ୍ତାହ ମଧ୍ୟରେ ଲଣ୍ଡନ କରୋନା ମୁକ୍ତ ହେବ ବୋଲି ଆକଳନ କରାଯାଉଛି।

ପବ୍ଲିକ ହେଲଥ ଇଂଲଣ୍ଡ ଏବଂ କ୍ୟାମ୍ପ୍ରିଜ ବିଶ୍ୱବିଦ୍ୟାଳୟର ଗବେଷଣା ରିପୋର୍ଟ ଅନୁଯାୟୀ, ଏବେ କରୋନା ସଂକ୍ରମିତ ହାର ୦.୪ ପ୍ରତିଶତ ରହିଛି। ଲକଡାଉନ୍ ପୂର୍ବରୁ ଏହା ୨.୮ ପ୍ରତିଶତ ଥିଲା। ଆକ୍ରାନ୍ତଙ୍କ ସଂଖ୍ୟାରୁ ଜଣାପଡ଼ିଛି ଯେ କରୋନା ଭାଇରସ ଏବେ ଦୁର୍ବଳ ହେଉଛି।

ଏହାର ଅର୍ଥ ପ୍ରତ୍ୟେକ ଦଶ ଜଣ ସଂକ୍ରମିତ ଲୋକଙ୍କ ପାଖରୁ ଅନ୍ୟ ୪ ଜଣଙ୍କ ନିକଟକୁ ଏହି ଭାଇରସ ବିସ୍ତାର ହୋଇପାରିବ। ତେବେ ପ୍ରତି ଦୁଇ ସପ୍ତାହ ପରେ ଲଣ୍ଡନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧା ହୋଇଯିବ ବୋଲି ଟେଲିଗ୍ରାଫରେ ଏହି ରିପୋର୍ଟ ପ୍ରକାଶ ପାଇଛି।

Related story