ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ପ୍ରିୟା ଚୌଧୁରୀ

ପାଟନା: ଚଳିତ ବର୍ଷ ରୋଚକ ରୂପ ନେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ଆଜି ଲଣ୍ଡନରେ ରହୁଥିବା ଜଣେ ବିହାର ଯୁବତୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଯୁବତୀଙ୍କ ନାମ ପୁଷ୍ପମ୍‌ ପ୍ରିୟା ଚୌଧୁରୀ ବୋଲି ଜଣାପଡ଼ିଛି। ସେ କିଛି ଖବରକାଗଜରେ ବିଜ୍ଞାପନ ଦେଇ ଏଭଳି ଅଭିନବ ଘୋଷଣା କରିଛନ୍ତି। ଏଥିରେ କିଛି ବାର୍ତ୍ତା ଦେବା ସହ ଏକ ନମ୍ବର ଦେଇଛନ୍ତି, ଯେଉଁଥିରେ ଲୋକେ ମିସକଲ୍‌ ଦେଇ ତାଙ୍କ ସହ ଯୋଗ ଦେଇପାରିବେ। Bihar […]

Priya-Chowdhury

Subrat Kumar Nayak
  • Published: Monday, 09 March 2020
  • , Updated: 09 March 2020, 05:27 PM IST

ପାଟନା: ଚଳିତ ବର୍ଷ ରୋଚକ ରୂପ ନେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ। ଆଜି ଲଣ୍ଡନରେ ରହୁଥିବା ଜଣେ ବିହାର ଯୁବତୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଯୁବତୀଙ୍କ ନାମ ପୁଷ୍ପମ୍‌ ପ୍ରିୟା ଚୌଧୁରୀ ବୋଲି ଜଣାପଡ଼ିଛି। ସେ କିଛି ଖବରକାଗଜରେ ବିଜ୍ଞାପନ ଦେଇ ଏଭଳି ଅଭିନବ ଘୋଷଣା କରିଛନ୍ତି। ଏଥିରେ କିଛି ବାର୍ତ୍ତା ଦେବା ସହ ଏକ ନମ୍ବର ଦେଇଛନ୍ତି, ଯେଉଁଥିରେ ଲୋକେ ମିସକଲ୍‌ ଦେଇ ତାଙ୍କ ସହ ଯୋଗ ଦେଇପାରିବେ।
https://twitter.com/pushpampc13/status/1236449683322458112?s=20

ବିହାରର ଦରଭଙ୍ଗାର ଏହି ଯୁବତୀଙ୍କ ବାପା ବିନୋଦ ଚୌଧୁରୀ ଜଣେ ଜେଡିୟୁ ନେତା। ସେ ବିଭିନ୍ନ ହିନ୍ଦୀ ଏବଂ ଇଂରାଜୀ ଖବର କାଗଜରେ ଆଜି ବିଜ୍ଞାପନ ଦେଇଛନ୍ତି। ରବିବାର ପ୍ରକାଶିତ ଏହି ବିଜ୍ଞାପନରେ ସେ ଲେଖିଛନ୍ତି, ‘ପ୍ଲୁରାଲ୍ସ ହାଜ୍‌ ବିନ୍‌ ଆରାଇଭ୍‌ଡ’।
https://twitter.com/pushpampc13/status/1236686843753553920?s=20
ନିଜ ପରିଚୟ ସ୍ୱରୂପ ସେ ‘ପ୍ଲୁରାଲ୍ସ’ର ଅଧ୍ୟକ୍ଷ ଦର୍ଶାଇଛନ୍ତି। ଏଥିରେ ସେ ଆହ୍ୱାନ ଦେଇଛନ୍ତି, ଆପଣ ବିହାରକୁ ଭଲ ପାଆନ୍ତି, କିନ୍ତୁ ରାଜନୀତିକୁ ଘୃଣା କରନ୍ତି କି? ତାହାଲେ ସବୁଠାରୁ ଅଧିକ ପ୍ରଗତିଶୀଳ ପାର୍ଟିରେ ଯୋଗ ଦିଅନ୍ତୁ।

ସେ କହିଛନ୍ତି, ବିହାରକୁ ଆହୁରି ଭଲ କରାଯାଇ ପାରିବ, ବିହାରର ଆହୁରି ଭଲ ହେବ। ଏଥିପାଇଁ ତାଙ୍କ ସହ ଯୋଗ ଦେବାକୁ ସେ କହିଛନ୍ତି। ବିହାରକୁ ଡେଣା ଦରକାର ଏବଂ ୨୦୨୦ରେ ବିହାର ନିଶ୍ଚୟ ଉଡ଼ିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Related story