ମିଡ଼ିଆ ଷ୍ଟାର ସାଜିଛି ଛେଳି ଛୁଆ

କରାଚି: ମିଡ଼ିଆ ଷ୍ଟାର ସାଜିଛି ଏକ ଛେଳି ଛୁଆ। ଏହି ଛେଳି ଛୁଆର କାନ ତାକୁ ଏଭଳି ଷ୍ଟାର କରିଛି। ଏହି ଛେଳି ଛୁଆର କାନ ଖୁବ୍ ଲମ୍ବା। ଯାହାକୁ ନେଇ ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି। ଗତ ମାସରେ ଜନ୍ମ ହୋଇଥିବା ଏହି ଛେଳି ଛୁଆ କାନର ଲମ୍ବ ପ୍ରାୟ ୨୧ ଇଞ୍ଚ ବା ୫୪ ସେଣ୍ଟିମିଟର। ଛେଳି ଛୁଆର ନାମ ସିମ୍ବା ଦିଆଯାଇଛି। ସେ କରାଚିରେ ଜନ୍ମ ହୋଇଛି। ଏହି ଛେଳିର ମାଲିକ ମହମ୍ମଦ […]

Goat

  • Published: Thursday, 07 July 2022
  • , Updated: 07 July 2022, 01:19 PM IST

କରାଚି: ମିଡ଼ିଆ ଷ୍ଟାର ସାଜିଛି ଏକ ଛେଳି ଛୁଆ। ଏହି ଛେଳି ଛୁଆର କାନ ତାକୁ ଏଭଳି ଷ୍ଟାର କରିଛି। ଏହି ଛେଳି ଛୁଆର କାନ ଖୁବ୍ ଲମ୍ବା। ଯାହାକୁ ନେଇ ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି। ଗତ ମାସରେ ଜନ୍ମ ହୋଇଥିବା ଏହି ଛେଳି ଛୁଆ କାନର ଲମ୍ବ ପ୍ରାୟ ୨୧ ଇଞ୍ଚ ବା ୫୪ ସେଣ୍ଟିମିଟର। ଛେଳି ଛୁଆର ନାମ ସିମ୍ବା ଦିଆଯାଇଛି। ସେ କରାଚିରେ ଜନ୍ମ ହୋଇଛି।

ଏହି ଛେଳିର ମାଲିକ ମହମ୍ମଦ ହସନ ନରିଜୋ ଏହି ଛେଳିକୁ ନେଇ ଖୁବ୍ ଖୁସି। ସେ ଛେଳିର କାନ ସବୁଠାରୁ ବଡ଼ ବୋଲି ଦାବି କରି ଗିନିଜ୍ ୱାଲ୍ଡ ରେକର୍ଡ ନିମନ୍ତେ ଆବେଦନ କରିଛନ୍ତି। ତେବେ ଗିନିଜ୍ ୱେବସାଇଟ୍‌ରେ ଏ ପର୍ଯ୍ୟନ୍ତ ଲମ୍ବା ଛେଳି କାନ ନେଇ କୌଣସି ରେକର୍ଡ ନାହିଁ। ତେଣୁ ଏହି ଦାବିକୁ ଗିନିଜ୍ ମାନିନେଲେ ଏହି ଛେଳି ନୂଆ ରେକର୍ଡର ଭାଗିଦାର ହେବ।

ଜନ୍ମର ମାତ୍ର ୧୨ ଦିନ ଭିତରେ ଏହି ଛେଳି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଛେଳି ଏକ ସୁନ୍ଦିରୀ ପ୍ରତିଯୋଗିତା ମଧ୍ୟ ଜିତି ସାରିଛି।

ଯେତେବେଳ ଜଣେ ସାଧାରଣ ବ୍ୟକ୍ତି ବିଖ୍ୟାତ ହେବାକୁ ଅତି କମ୍‌ରେ ୩୦ ବର୍ଷ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ, ସେତେବେଳେ ଏହି ଛେଳି ମାତ୍ର ୩୦ ଦିନରେ ବିଖ୍ୟାତ ହୋଇପାରିଛି।

ଏହି ଛେଳି ଠିଆ ହେଲେ ତାର କାନ ମାଟିରେ ବାଜୁଛି। ତେଣୁ ତା’ ମାଲିକ ଜରିଜୋ ଏହି କାନକୁ ଗୁଡ଼ାଇ ଛେଳିର ପିଠିରେ ଲଟକାଇ ଦେଉଛନ୍ତି। ଅନ୍ୟ ବିରୋଧୀ ଛେଳି ଚାଷୀଙ୍କ ନଜରରୁ ତାକୁ ରକ୍ଷା କରିବା ନିମନ୍ତେ ପ୍ରାର୍ଥନା କରୁଛନ୍ତି। ଛେଳି ପ୍ରଜଜନ କ୍ଷେତ୍ରରେ ପାକିସ୍ତାନର ଖ୍ୟାତିକୁ ସେ ସାମ୍ବା ଜରିଆରେ ପୂରଣ କରିବାକୁ ଆଶା ବାନ୍ଧିଛନ୍ତି।

Related story