ଏଯାଏ ବିଶ୍ୱରେ କେଉଁ ରୋଗ ପାଇଁ ଟିକା ବାହାରିଛି

ନୂଆଦିଲ୍ଲୀ: ମହାମାରୀ କରୋନା ଟିକା ଭାରତକୁ କେବେ ଆସିବ, ତା’କୁ ସମସ୍ତେ ଚାତକ ଭଳି ରହିଛନ୍ତି। ଏପରି ସ୍ଥିତିରେ କିଛି ଦେଶ ଜରୁରୀ କାଳୀନ ସ୍ଥିତିରେ କରୋନା ଟିକାର ବ୍ୟବହାର କରୁଛନ୍ତି। ହେଲେ ବିଶ୍ୱରେ ପୂର୍ବରୁ ମଧ୍ୟ ବିଭନ୍ନ ମାରାତ୍ମକ ରୋଗ ପାଇଁ ବୈଜ୍ଞାନିକମାନେ ଟିକା ବାହାର କରିଛନ୍ତି। ଏଯାଏ କେତେ ଟିକା ଓ କେଉଁ ସବୁ ମସିହାରେ କ’ଣ ପାଇଁ ବାହାରିଥିଲା, ସେ ବିଷୟରେ ଆସନ୍ତୁ ଜାଣିବା। ୧-୧୭୯୬- ବସନ୍ତ ରୋଗ ପାଇଁ ପ୍ରଥମ ଟିକା […]

e

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 05:05 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଟିକା ଭାରତକୁ କେବେ ଆସିବ, ତା’କୁ ସମସ୍ତେ ଚାତକ ଭଳି ରହିଛନ୍ତି। ଏପରି ସ୍ଥିତିରେ କିଛି ଦେଶ ଜରୁରୀ କାଳୀନ ସ୍ଥିତିରେ କରୋନା ଟିକାର ବ୍ୟବହାର କରୁଛନ୍ତି। ହେଲେ ବିଶ୍ୱରେ ପୂର୍ବରୁ ମଧ୍ୟ ବିଭନ୍ନ ମାରାତ୍ମକ ରୋଗ ପାଇଁ ବୈଜ୍ଞାନିକମାନେ ଟିକା ବାହାର କରିଛନ୍ତି।

ଏଯାଏ କେତେ ଟିକା ଓ କେଉଁ ସବୁ ମସିହାରେ କ’ଣ ପାଇଁ ବାହାରିଥିଲା, ସେ ବିଷୟରେ ଆସନ୍ତୁ ଜାଣିବା।

୧-୧୭୯୬- ବସନ୍ତ ରୋଗ ପାଇଁ ପ୍ରଥମ ଟିକା ବିଶ୍ୱରେ ତିଆରି କରାଯାଇଥିଲା। ଏହାକୁ ବ୍ରିଟିଶ ଡକ୍ଟର ଏଡୱାର୍ଡ ଜେନ୍ନେର ତିଆରି କରିଥିଲେ।

୨-୧୮୫୩-ବସନ୍ତ ପାଇଁ ଆସିଥିବା ଟିକାକୁ ବାଧ୍ୟତାମୂଳକ କରାଯିବାରୁ ବ୍ରିଟେନରେ ବିଦ୍ରୋହ ହୋଇଥିଲା। ଫଳରେ ୧୮୯୮ରେ ଆଇନରେ ପରିବର୍ତ୍ତନ କରାଯାଇ ଏହାକୁ ସ୍ୱେଚ୍ଛାକୃତ କରାଯାଇଥିଲା।

୩-୧୮୮୫- ରାବିଜ୍‌ ଟିକାକୁ ଫ୍ରାନ୍ସ ବୈଜ୍ଞାନିକ ଲ୍ୟୁଇସ ପାଷ୍ଟେଉର ବାହାର କରିଥିଲେ।

-୧୯୨୧- Tuberculosis ବା ଟିବି ବିରୋଧରେ ବିସିଜି ଟିକା ବାହାର କରାଯାଇଥିଲା।

୫- ୧୯୨୩- ବେକଫୁଲା ରୋଗ ବା କଣ୍ଠଅଳତି(diphtheria) ରୋଗ ପାଇଁ ଟିକା ପ୍ରସ୍ତୁତ କରାଯାଇଥିଲା।

୬-୧୯୨୬-ଶୁଖିଲା କାଶ ବା whooping cough ପାଇଁ ଟିକା।

୭-୧୯୩୬-ହଳଦିଆ ଜ୍ୱର ପାଇଁ ଟିକା

୮-୧୯୪୪-ଜାପାନିଜ ଏନସେଫାଲାଇଟିସ୍ ପାଇଁ ଟିକା ତିଆରି ହୋଇଥିଲା

୯-୧୯୪୪-୪୫- ପ୍ରଥମ ଫ୍ଲୁ ଜନିତ ରୋଗ ପାଇଁ ଟିକା ତିଆରି କରାଯାଇଥିଲା।

୧୦-୧୯୬୦- ପୋଲିଓ ଭୂତଣାକୁ ମାତ ଦେବାକୁ ଟିକା ବିଶ୍ୱକୁ ମିଳିଥିଲା

୧୧-୧୯୬୩-ମିଳିମିଳା ପାଇଁ ଟିକା

୧୨-୧୯୬୯-ଚର୍ମ କଳା ପଡ଼ିବା ବା ରୁବେଲ୍ଲା ରୋଗ ପାଇଁ ଟିକା

୧୩-୧୯୭୧-ମିଳିମିଳା, ମୁମସ୍ସ ଓ ରୁବେଲ୍ଲା(ଏମଏମଆର) ଟିକା ପ୍ରସ୍ତୁତ ହୋଇଥିଲା।

୧୪-୧୯୭୬- ସ୍ୱାଇନ ଫ୍ଲୁ ପାଇଁ ଟିକା

୧୫-୧୯୭୭- ବିଶ୍ୱରେ ଦେଖାଯାଉଥିବା ୧୪ ପ୍ରକାରର ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ପାଇଁ ଟିକା ତିଆରି କରାଯାଇଥିଲା।

୧୬-୧୯୮୬-ହେପାଟିଟିସ-ବି ପାଇଁ ଟିକା

୧୭-୧୯୯୫- ହେପାଟିଟିସ-ଏ ଏବଂ ହାଡ଼ଫୁଟିକୁ ମାତ ଦେବାକୁ ଟିକା ତିଆରି ହୋଇଥିଲା।

୧୮-୨୦୦୬- Human papillomavirus ବା ଏଚ୍‌ପିଭି ପାଇଁ ଟିକା ତିଆରି କରାଯାଇଥିଲା।

୧୯-୨୦୦୯-ଏଚ୧ଏନ୧ ରୋଗ ପାଇଁ ଟିକା

୨୦-୨୦୨୦-କରୋନା ଭାଇରସ ଟିକା। ଫାଇଜର ପ୍ରସ୍ତୁତ କରିଥିବା ଟିକାକୁ ପ୍ରଥମ ଦେଶ ଭାବେ ବ୍ରିଟେନ ବ୍ୟବହାର ପାଇଁ ଚଳିତ ମାସରେ ଅନୁମତି ଦେଇଛି।

Related story