ଆଇନ ‘ଲଭ୍‌ ଜିହାଦ୍‌’ର ସଂଜ୍ଞା ନିର୍ଦ୍ଧାରଣ କରିନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଆଇନରେ ‘ଲଭ୍‌ ଜିହାଦ୍‌’ ଶବ୍ଦର କୌଣସି ବର୍ଣ୍ଣନା ନାହିଁ। ଏପରିକି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିକଟରେ ଏଭଳି କୌଣସି ମାମଲା ରୁଜୁ ହୋଇନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶନ୍‌ ରେଡ୍ଡି କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୨୫ ଅନୁଯାୟୀ ସାର୍ବଜନୀକ ବ୍ୟବସ୍ଥା ଓ ନୈତିକତା ଆଦି କାରଣରୁ ଧର୍ମ ଅଭ୍ୟାସ ଏବଂ ପ୍ରଚାର କରାଯାଇପାରିବ। କେରଳ ହାଇକୋର୍ଟ ସମେତ ବେଶ କିଛି […]

Love-zihad

Subrat Kumar Nayak
  • Published: Tuesday, 04 February 2020
  • , Updated: 04 February 2020, 08:33 PM IST

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ଆଇନରେ ‘ଲଭ୍‌ ଜିହାଦ୍‌’ ଶବ୍ଦର କୌଣସି ବର୍ଣ୍ଣନା ନାହିଁ। ଏପରିକି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିକଟରେ ଏଭଳି କୌଣସି ମାମଲା ରୁଜୁ ହୋଇନଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶନ୍‌ ରେଡ୍ଡି କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୨୫ ଅନୁଯାୟୀ ସାର୍ବଜନୀକ ବ୍ୟବସ୍ଥା ଓ ନୈତିକତା ଆଦି କାରଣରୁ ଧର୍ମ ଅଭ୍ୟାସ ଏବଂ ପ୍ରଚାର କରାଯାଇପାରିବ। କେରଳ ହାଇକୋର୍ଟ ସମେତ ବେଶ କିଛି କୋର୍ଟ ଏହାକୁ କାଏମ ରଖିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ସେ ଏଭଳି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅନ୍ୟ ଧର୍ମରେ ବିବାହ ନେଇ ୨ଟି ମାମଲାରେ ଏଯାଏ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିଛି।

Related story