ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀଙ୍କୁ ପିଟିପିଟି ମାରିଦେବାକୁ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଭେଟେରିନାରୀ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଜନଅସନ୍ତୋଷ ବୃଦ୍ଧି ପାଉଥିବାରୁ ଆଜି ସଂସଦର ଉଭୟ ସଦନରେ ଏହି ଘଟଣାକୁ ସାଂସଦମାନେ ତୀବ୍ର ନିନ୍ଦା କରିଛନ୍ତି। ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ହାଇଦ୍ରାବାଦରେ ଯାହା ଘଟିଲା, ତାହା ଅମାନବୀୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଛନ୍ତି। ରାଜ୍ୟସଭା ସାଂସଦ ଜୟା ବଚ୍ଚନ […]

s

Hemant Lenka
  • Published: Monday, 02 December 2019
  • , Updated: 02 December 2019, 03:37 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଭେଟେରିନାରୀ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ଜନଅସନ୍ତୋଷ ବୃଦ୍ଧି ପାଉଥିବାରୁ ଆଜି ସଂସଦର ଉଭୟ ସଦନରେ ଏହି ଘଟଣାକୁ ସାଂସଦମାନେ ତୀବ୍ର ନିନ୍ଦା କରିଛନ୍ତି। ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ହାଇଦ୍ରାବାଦରେ ଯାହା ଘଟିଲା, ତାହା ଅମାନବୀୟ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଛନ୍ତି।

ରାଜ୍ୟସଭା ସାଂସଦ ଜୟା ବଚ୍ଚନ ହାଇଦ୍ରାବାଦ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପିଟିପିଟି ହତ୍ୟା କରିବା ଦରକାର ବୋଲି କହିଥିବା ବେଳେ ଏଆଇଏଡିଏମକେ ସାଂସଦ ବିଜିଲା ସତ୍ୟନାଥ ଦୋଷୀଙ୍କୁ ଡିସେମ୍ବର ୩୧ରେ ପୂର୍ବରୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ ବୋଲି କହିଛନ୍ତି।

ଜୟା ଆଜି ରାଜ୍ୟସଭା ଆରମ୍ଭରୁ ହାଇଦ୍ରାବାଦ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ହାଇଦ୍ରାବାଦରେ ଭେଟେରିନାରୀ ମହିଳା ଡାକ୍ତରଙ୍କ ସହ ଯାହା ଘଟିଲା, ତା’ ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ସମାନ ଘଟଣା ଘଟିଥିଲା। ତଥାପି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ନଥିଲା। ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରାଯିବା ଉଚିତ ଓ ତାଙ୍କୁ ମଧ୍ୟ ପ୍ରଶ୍ନ କରାଯିବା ଦରକାର।

ଏଥିସହ ଦୁଷ୍କର୍ମକାରୀଙ୍କୁ ସର୍ବସମ୍ମୁଖରେ ହିଁ ପିଟିପିଟି ମାରିଦେବେ ଉଚିତ।” ଡିଏମକେର ପି ୱିଲସନ, ବିଜେପିର ଅମର ପଟ୍ଟନାୟକ, ଆପର ସଞ୍ଜୟ ସିଂହ, କଂଗ୍ରେସର ମହମ୍ମଦ ଅଲୀ ଖାନ, ଶିବସେନାର ସାନ୍ତୁନ ସେନ, ସିପିଏମର ଟିକେ ରଙ୍ଗରାଜନ ଓ ବିଜେପିର ଆରକେ ସିହ୍ନ ପ୍ରମୁଖ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯିବା ଦରକାର ବୋଲି କହିଛନ୍ତି।

କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ କହିଛନ୍ତି, କେବଳ ବିଲ ଆଣିଦେଲେ ବା ଆଇନ ପ୍ରଣୟନ କରିଦେଲେ ଏଭଳି ଅମାନବୀୟ ଘଟଣା କମିବ ନାହିଁ। ଏହାକୁ ରୋକିବାକୁ ହେଲେ ଆମକୁ ଏକାଠି ହେବାକୁ ପଡ଼ିବ।

ଭେଙ୍କୟା ନାଇଡୁ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ସେ କହିଥିଲେ, “ଏଭଳି ଘଟଣା ଅମାନବୀୟ। ଏହାକୁ ରୋକିବା ପାଇଁ ନୂଆ ବିଲ ଆସିବା ଜରୁରୀ ନୁହେଁ କି? କିନ୍ତୁ ସବୁଥି ପାଇଁ ରାଜନୀତିକ ଇଚ୍ଛାଶକ୍ତି, ପ୍ରଶାସିନିକ ଦକ୍ଷତା ଓ ମାନସିକତାରେ ପରିବର୍ତ୍ତନ ଦରକାର। ଦୁଷ୍କର୍ମ ଘଟଣାରେ ବୟସ କୌଣସି ପ୍ରାବଧାନ ରଖି ନଥାଏ।

ଦୁଷ୍କର୍ମ ହେଉଛି ଏକ ଭୟଙ୍କର ଘଟଣା। ତେଣୁ ଏଥିରେ ସାମିଲ ଥିବା ସମସ୍ତଙ୍କୁ ଗୋଟିଏ ଆଇନରେ ବିଚାର କରାଯିବା ଉଚିତ। ଦୁଷ୍କର୍ମ ଘଟଣାଇ ଥିବା ଦୋଷୀକୁ ବୟସ ଅନୁସାରେ ବିଚାର କରାଯିବା ଠିକ ନୁହେଁ। ସେମାନେ କ୍ଷମା ପାଇବା ପାଇଁ ଅଯୋଗ୍ୟ।”

Related story