ନିର୍ବାଚନ ବେଳେ କାହିଁକି ଉଠାଇଥିଲେ ରାଜୀବ ଗାନ୍ଧିଙ୍କ ପ୍ରସଙ୍ଗ, ଜବାବ ରଖିଲେ ମୋଦି

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଓ ଆଇଏନଏସ ଯୁଦ୍ଧ ବିମାନ ପ୍ରସଙ୍ଗ ଉଠିଛି। ତେବେ ହଠାତ୍ ଏହି ପ୍ରସଙ୍ଗ କାହିଁକି ଉଠିଥିଲା ଏହାର ଜବାବ ରଖିଛନ୍ତି ନରେନ୍ଦ୍ର ମୋଦି। ଜାତୀୟ ଇଂରାଜୀ ଖବରକାଗଜ ‘ଇଣ୍ଡିଆନ ଏକ୍ସପ୍ରେସ’କୁ ସାକ୍ଷାତକାର ଦେଇ ମୋଦି ରାଜୀବ ଗାନ୍ଧି ଓ ଆଇଏନଏସ ପ୍ରସଙ୍ଗ ଉଠାଇବାର କାରଣ କହିଛନ୍ତି। ସେ କହିଥିଲେ ଏହି ପ୍ରସଙ୍ଗ ରାହୁଲ ଗାନ୍ଧି ପ୍ରଥମେ ଉଠାଇଥିଲେ। ମନେପକାଇବାକୁ ଯାଇ ରାହୁଲଙ୍କର ଏକ ସାମ୍ୱାଦିକ ସମ୍ମିଳନୀ କଥା […]

modi on rajib gandhi holiday issue

Subhransu Sekhar
  • Published: Sunday, 12 May 2019
  • , Updated: 12 May 2019, 02:19 PM IST

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଓ ଆଇଏନଏସ ଯୁଦ୍ଧ ବିମାନ ପ୍ରସଙ୍ଗ ଉଠିଛି। ତେବେ ହଠାତ୍ ଏହି ପ୍ରସଙ୍ଗ କାହିଁକି ଉଠିଥିଲା ଏହାର ଜବାବ ରଖିଛନ୍ତି ନରେନ୍ଦ୍ର ମୋଦି। ଜାତୀୟ ଇଂରାଜୀ ଖବରକାଗଜ 'ଇଣ୍ଡିଆନ ଏକ୍ସପ୍ରେସ'କୁ ସାକ୍ଷାତକାର ଦେଇ ମୋଦି ରାଜୀବ ଗାନ୍ଧି ଓ ଆଇଏନଏସ ପ୍ରସଙ୍ଗ ଉଠାଇବାର କାରଣ କହିଛନ୍ତି।

ସେ କହିଥିଲେ ଏହି ପ୍ରସଙ୍ଗ ରାହୁଲ ଗାନ୍ଧି ପ୍ରଥମେ ଉଠାଇଥିଲେ। ମନେପକାଇବାକୁ ଯାଇ ରାହୁଲଙ୍କର ଏକ ସାମ୍ୱାଦିକ ସମ୍ମିଳନୀ କଥା କହିଥିଲେ। ଯେଉଁଥିରେ 'ଦେଶର ସେନା ମୋଦିଙ୍କ ଜାଗିର ନୁହେଁ' ବୋଲି ରାହୁଲ କହିଥିବା ସେ କହିଥିଲେ। ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ କୌଣସି ଗଣମାଧ୍ୟମ ପ୍ରସଙ୍ଗ ନକରିବାରୁ ବାଧ୍ୟହୋଇ ନିଜେ ରାଜୀବ ଗାନ୍ଧି ପ୍ରସଙ୍ଗ ଉଠାଇଥିଲେ ବୋଲି ପ୍ରଧାନମନ୍ତ୍ରୀ ସାକ୍ଷାତକାରରେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ରାମଲୀଳା ମୈଦାନ୍‌ରେ ଚଳିତ ମାସ ୮ ତାରିଖରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଜୀବ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଏବଂ ତାଙ୍କ ପରିବାର ଛୁଟି କଟାଇବାକୁ ସାଙ୍ଗରେ ନୌବାହିନୀର ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌’ ବିରାଟ ନେଇ ଯାଇଥିଲେ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କ ସୁବିଧା ପାଇଁ ସେ ନୌବାହିନୀ କର୍ମଚାରୀ ଏବଂ ହେଲିକପ୍ଟରକୁ ମଧ୍ୟ କାମରେ ଲଗାଇଥିଲେ।

“ଆପଣ କେବେ ଶୁଣିଛନ୍ତି ଆଇଏନ୍‌ଏସ୍‌ ବିରାଟ ନେଇ କେହି କେବେ ଛୁଟିରେ ଯାଏ? ତାହା ସମ୍ଭବ ହୋଇଥିଲା ଯେତେବେଳେ ରାଜୀବ ଗାନ୍ଧି ଏହି ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସମୁଦ୍ର ସୀମାରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ଥିବା ଏହି ଜାହାଜକୁ ସେ ୧୦ ଦିନ ପାଇଁ ସାଙ୍ଗରେ ନେଇ ଛୁଟିରେ ପଳାଇଥିଲେ।” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ଆହୁରି କହିଛନ୍ତି ଯେ ଝାରଖଣ୍ଡର ଏକ ରାଲିରେ ରାହୁଲ ଗାନ୍ଧି କହିଥିଲେ ସେ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିକୁ ନଷ୍ଟ କରି ରହିବେ। ତେବେ ଏହାର ଜବାବ ଦେବାକୁ ଯାଇ ମୋଦି କହିଛନ୍ତି ତାଙ୍କ ଭାବମୂର୍ତ୍ତି 'ଦିଲ୍ଲୀର ଖାନ୍ ମାର୍କେଟ, ଲୁଟେରା ଗ୍ୟାଙ୍ଗ' ତିଆରି କରି ନାହିଁ ଯେ ନଷ୍ଟ କରିଦେବେ। କାହା ପାଇଁ ମୁଁ ଖରାପ କିମ୍ୱା ଭଲ ହୋଇପାରେ। ଆଜି ଦେଶରେ ତାଙ୍କର ଯେଉଁ ଭାବମୂର୍ତ୍ତି ରହିଛି ସେଥିପାଇଁ ତାଙ୍କୁ ୪୫ ବର୍ଷ ଧରି ସାଧନା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। 'ଲୁଟେରା ଗ୍ୟାଙ୍ଗ, ଖାନ୍ ମାର୍କେଟ୍' ମୋତେ ବଦନାମ କରିବାକୁ ଚେଷ୍ଟା କରୁଛି। ହେଲେ ଜଣେ ଦୂର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ଲୁଟେରା ଗ୍ୟାଙ୍ଗ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Related story