ସଙ୍କଟରେ କମଲନାଥ ସରକାର! ବେଙ୍ଗାଲୁରୁରେ ୧୭ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କ୍ଷମତା ପାଇଁ ଶାସକ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ଛକାପଞ୍ଝା ସପ୍ତାହେ ହେବ ଚାଲିଛି। ଯଦିଓ କଂଗ୍ରେସ ଠିକ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କମଲନାଥ କହୁଥିଲେ ହେଲେ ଦଳର ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲକୁ ଯାଇଛନ୍ତି। ଯେଉଁଥିରେ ୭ ଜଣ ମନ୍ତ୍ରୀ ମଧ୍ୟ ରହିଛନ୍ତି। ଏହାବାଦ୍ ଯେଉଁ ୧୦ ବିଧାୟକ ଯାଇଛନ୍ତି ସେମାନେ କିଏ ତାହା ଜଣାପଡ଼ିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସମସ୍ତ […]

KAMALNATH

Subhransu Sekhar
  • Published: Monday, 09 March 2020
  • , Updated: 10 March 2020, 03:27 PM IST

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କ୍ଷମତା ପାଇଁ ଶାସକ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ଛକାପଞ୍ଝା ସପ୍ତାହେ ହେବ ଚାଲିଛି। ଯଦିଓ କଂଗ୍ରେସ ଠିକ୍ ଅଛି ବୋଲି ମୁଖ୍ୟମନ୍ତ୍ରୀ କମଲନାଥ କହୁଥିଲେ ହେଲେ ଦଳର ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲକୁ ଯାଇଛନ୍ତି। ଯେଉଁଥିରେ ୭ ଜଣ ମନ୍ତ୍ରୀ ମଧ୍ୟ ରହିଛନ୍ତି। ଏହାବାଦ୍ ଯେଉଁ ୧୦ ବିଧାୟକ ଯାଇଛନ୍ତି ସେମାନେ କିଏ ତାହା ଜଣାପଡ଼ିନାହିଁ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆ କୋଟେରୀର। କହିରଖୁଛୁ ରାଜ୍ୟରେ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ କିଛି ଠିକ୍ ଠାକ୍ ନାହିଁ। ଅନେକ ପ୍ରସଙ୍ଗରେ ଦଳୀୟ ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ସିନ୍ଧିଆ କମଲନାଥ ସରକାରଙ୍କୁ ଅଡ଼ୁଆରେ ପକାଇ ଆସୁଛନ୍ତି।

ସୂଚନାନୁସାରେ, କର୍ଣ୍ଣାଟକର ବିଜେପି ବିଧାୟକମାନେ ମଧ୍ୟପ୍ରଦେଶର ୧୦ ଜଣ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏହି ବିଧାୟକମାନଙ୍କୁ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଏକ ରିସୋର୍ଟରେ ରଖାଯାଇଛି।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ କିନ୍ତୁ କହିଛନ୍ତି, ବିଜେପିର ୧୫ ବର୍ଷ ଶାସନରେ ହୋଇଥିବା ଦୁର୍ନୀତି ସାମ୍ନାକୁ ଆସୁଛି। ତେଣୁ ବିଜେପି ଅଶାନ୍ତ ହୋଇ ଏଭଳି କରୁଛି।

ମଧ୍ୟପ୍ରଦେଶରେ କ’ଣ ରହିଛି ସମୀକରଣ?

ମଧ୍ୟପ୍ରଦେଶରେ ୨୩୦ ଟି ଆସନ ରହିଛି। ବିଧାନସଭାରେ କିନ୍ତୁ ବିଧାୟକଙ୍କ ସଂଖ୍ୟା ୨୨୮ ରହିଛି। ଏଥିରେ କଂଗ୍ରେସର ୧୧୪ ଜଣ ବିଧାୟକ ଏବଂ ବିଜେପିର ୧୦୭ ଜଣ ଅଛନ୍ତି। ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୪, ସେଥିମଧ୍ୟରୁ ୨ ଟି ବିଏସପି ଏବଂ ୧ ଜଣ ଏସପିରୁ। ସରକାର ଗଢ଼ିବା ପାଇଁ ୧୧୬ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ବିଧାନସଭାରେ ବର୍ତ୍ତମାନ ୨ ଟି ଆସନ ଖାଲି ଅଛି। ଯଦି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ମତ ପରିବର୍ତ୍ତନ କରନ୍ତି, ତେବେ କମଲ ନାଥ ସରକାର ପାଇଁ ରାଜନୀତିକ ସଙ୍କଟ ଆହୁରି ବଢ଼ିଯିବ।

Related story