ମଧ୍ୟପ୍ରଦେଶରେ ୪ର୍ଥ ବ୍ୟକ୍ତିଙ୍କ ଜୀବନ ନେଲା କରୋନା

ଇନ୍ଦୋର: ପୁଣିଥରେ ଭାରତରେ ଜଣଙ୍କ ମୁଣ୍ଡ ନେଇଛି କରୋନା। ମଧ୍ୟପ୍ରଦେଶର ଜଣେ ୪୧ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚି ଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟରେ ୬ ଜଣଙ୍କ ଜୀବନ ଯାଇଛି। ରାଜକୁମାର କଲୋନୀରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୩ ତାରିଖରେ ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୬ରେ ସେ […]

edr

Hemant Lenka
  • Published: Monday, 30 March 2020
  • , Updated: 30 March 2020, 05:40 PM IST

ଇନ୍ଦୋର: ପୁଣିଥରେ ଭାରତରେ ଜଣଙ୍କ ମୁଣ୍ଡ ନେଇଛି କରୋନା। ମଧ୍ୟପ୍ରଦେଶର ଜଣେ ୪୧ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚି ଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟରେ ୬ ଜଣଙ୍କ ଜୀବନ ଯାଇଛି।

ରାଜକୁମାର କଲୋନୀରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୩ ତାରିଖରେ ଇନ୍ଦୋରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାର୍ଚ୍ଚ ୨୬ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ ତାଙ୍କୁ ରବିବାର ସନ୍ଧ୍ୟାରେ ମନୋରମା ରାଜେ ଟିପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏଯାଏ ରାଜ୍ୟରେ ୪୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଇନ୍ଦୋରରେ ଦୁଇ ଜଣ ଓ ଉଜ୍ଜୟୀନରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇ ସାରିଛନ୍ତି। ଏବେ ବି ବିଭିନ୍ନ ହସ୍ପିଟାଲରେ ୪୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

Related story