ତାମିଲନାଡୁ ହାଇକୋର୍ଟଙ୍କ ରାୟ: ସ୍କୁଲ, କଲେଜ ଓ ସମସ୍ତ ସଂସ୍ଥାରେ ବୋଲାଯିବ ବନ୍ଦେମାତରମ  

ଚେନ୍ନାଇ: ସିନେମା ହଲରେ ଜାତୀୟ ସଙ୍ଗୀତ ବାଜିବା ବାଧ୍ୟତା ମୂଳକ ବୋଲି ୨୦୧୬ ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ମାଦ୍ରାସ ହାଇ କୋର୍ଟ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ତାମିଲନାଡୁର ସମସ୍ତ ସ୍କୁଲ କଲେଜ, ସରକାରୀ ଅଫିସ, ବେସରକାରୀ ସଂସ୍ଥା, ଏବଂ କାରଖାନା ଗୁଡିକରେ ବନ୍ଦେ ମାତରମ ଗୀତକୁ ବଜାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଦ୍ରାସ କୋର୍ଟ। ସରକାରୀ […]

madras

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 04:37 PM IST

ଚେନ୍ନାଇ: ସିନେମା ହଲରେ ଜାତୀୟ ସଙ୍ଗୀତ ବାଜିବା ବାଧ୍ୟତା ମୂଳକ ବୋଲି ୨୦୧୬ ସୁପ୍ରମିକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏହି ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ମାଦ୍ରାସ ହାଇ କୋର୍ଟ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ତାମିଲନାଡୁର ସମସ୍ତ ସ୍କୁଲ କଲେଜ, ସରକାରୀ ଅଫିସ, ବେସରକାରୀ ସଂସ୍ଥା, ଏବଂ କାରଖାନା ଗୁଡିକରେ ବନ୍ଦେ ମାତରମ ଗୀତକୁ ବଜାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଦ୍ରାସ କୋର୍ଟ।

ସରକାରୀ କିମ୍ବା ବେସରକାରୀ ସ୍କୁଲରେ ସପ୍ତାହକୁ ଦୁଇଥର ଓ  ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ମାସକୁ ଥରେ ବନ୍ଦେ ମାତରମ ଗାୟିବାକୁ କୋର୍ଟ କହିଛନ୍ତି। ବିଦ୍ୟାଳୟ ଗୁଡିକରେ ସୋମବାର ଓ ଶନିବାର ସପ୍ତାହର ଏହି ଦୁଇଦିନ ପିଲାଙ୍କୁ ବନ୍ଦେମାତରମ ଗାୟିବାକୁ କୋର୍ଟ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ଗୀତକୁ ବଙ୍ଗଳା କିମ୍ବା ସଂସ୍କୃତରେ ଗାୟିବାକୁ ଅସୁବିଧା ହୁଏ ତାହେଲେ ଏହି ଗୀତକୁ ତାମିଲ ଭାଷାରେ ଅନୁବାଦ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ଗୀତ ଗାୟିବାକୁ କିମ୍ବା ବଜାଇବାରେ ଯଦି କୌଣସି ସଂସ୍ଥା ରାଜି ନ ହୁଅନ୍ତି ତାହେଲେ ସେମାନଙ୍କୁ ବାଧ୍ୟ କରାଯିବା ନାହିଁ। କିନ୍ତୁ ସେ କାହିଁକି ବନ୍ଦେମାତରମ ଗୀତ ବଜାଇବେ ନାହିଁ ତାହାର ଯଥାର୍ଥ କାରଣ ଦର୍ଶାଇବାକୁ ପଡିବ। ଏହି ରାୟ ଯୁବ ଗୋଷ୍ଟିଙ୍କ ମଧ୍ୟରେ ଭାରତର ନାଗରିକ ହେବାର ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ ବୋଲି କୋର୍ଟ କହିଛନ୍ତି।

କିଛିଦିନ ପୂର୍ବେ ବିରମଣୀ ନାମକ ଜଣେ ବ୍ୟକ୍ତି ତାଲମିଲ ନାଡୁର ବିଟି ଆସିଷ୍ଟାଣ୍ଟ ପୋଷ୍ଟ ପାଇଁ ପରୀକ୍ଷା ଦେଇଥିଲେ। ସେଥିରେ ବନ୍ଦେ ମାତରମ ଗୀତ କେଉଁ ଭାଷାରେ ଲେଖାଯାଇଛି ବୋଲି ପ୍ରଶ୍ନ ପଡିଥିଲା। ବ୍ୟକ୍ତି ଜଣକ ଉତ୍ତରରେ ବଙ୍ଗଳା ଭାଷାରେ ଗୋଲ ବୁଲାଇଥିଲେ। କିନ୍ତୁ ତାଙ୍କ ଉତ୍ତରକୁ ଭୁଲ ବୋଲି ମୂଲ୍ୟାଙ୍କନ କରାଯାଇଥିଲା। ଆଉ ସେ ଏକ ମାର୍କ ପାଇଁ ପରୀକ୍ଷା ଫେଲ ହୋଥିଲେ। ସେ ତାଙ୍କ ଉତ୍ତରକୁ ଠିକ ବୋଲି କହି ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।

Related story