ସ୍ୱିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ହେଲେ ପିକେ ମହାନନ୍ଦିଆ

ନୂଆଦିଲ୍ଲୀ: ସ୍ୱିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ହେଲେ ଡକ୍ଟର ପି.କେ ମହାନନ୍ଦିଆ। ଇଏ ହେଉଛନ୍ତି ସେହି ମହାନ୍‌ ବ୍ୟକ୍ତି ଯିଏ ଦଳିତ ବୋଲି ପିଲା ବେଳେ ସ୍କୁଲରେ ପାଠ ପଢ଼ିବାରେ ଭେଦ ଭାବର ଶିକାର ହୋଇଥିଲେ। ତଥାପି ସେ ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଆଉ ତାଙ୍କର ସେହି କଳା ତାଙ୍କୁ ପରିଚୟ ଦେଇଥିଲା। ତେବେ ପି.କେଙ୍କର ଚିତ୍ରକଳା ଉପରେ ନଜର ପଡ଼ିଲା ସ୍ୱିଡେନର ତରୁଣୀ […]

dr_pk_mahanandi

dr_pk_mahanandi

Subhransu Sekhar
  • Published: Saturday, 25 July 2020
  • Updated: 25 July 2020, 10:08 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱିଡେନ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ହେଲେ ଡକ୍ଟର ପି.କେ ମହାନନ୍ଦିଆ। ଇଏ ହେଉଛନ୍ତି ସେହି ମହାନ୍‌ ବ୍ୟକ୍ତି ଯିଏ ଦଳିତ ବୋଲି ପିଲା ବେଳେ ସ୍କୁଲରେ ପାଠ ପଢ଼ିବାରେ ଭେଦ ଭାବର ଶିକାର ହୋଇଥିଲେ। ତଥାପି ସେ ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠ ପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଆଉ ତାଙ୍କର ସେହି କଳା ତାଙ୍କୁ ପରିଚୟ ଦେଇଥିଲା। ତେବେ ପି.କେଙ୍କର ଚିତ୍ରକଳା ଉପରେ ନଜର ପଡ଼ିଲା ସ୍ୱିଡେନର ତରୁଣୀ ଚାରଲୋଟ ଭୋନ୍ ସଚେଡଭିନଙ୍କର। ସେ ଦିଲ୍ଲୀ ଆସିଥିବା ଆସିଥିବା ବେଳେ ପି.କେ ମହାନନ୍ଦିଆଙ୍କ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ। ଆଉ ତା’ପରେ ଉଭୟ ନିକଟତର ହୋଇଥିଲେ। ଶେଷରେ ଉଭୟ ପ୍ରେମ ବିବାହ କରିଥିଲେ। ବିବାହ ପରେ ପି.କେ ମହାନନ୍ଦିଆ ଓ ତାଙ୍କ ସ୍ତ୍ରୀ ଚାରଲୋଟ ଭୋନ୍ ସଚେଡଭିନ ସ୍ୱିଡେନ ଫେରି ଯାଇଥିଲେ।

ଅନୁଗୋଳ ଜିଲ୍ଲା କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ପି.କେ ମହାନନ୍ଦିଆ। ଦଳିତ ହୋଇଥିବାରୁ ପିଲା ବେଳେ ଛାତ୍ରଛାତ୍ରୀଙ୍କ ସହିତ ବସିବାରେ ସ୍ଥାନ ପାଉନଥିଲେ। କିନ୍ତୁ ସେ ଏହାକୁ ଖାତିର କରିନଥିଲେ। ସବୁ ଅସୁବିଧା ସତ୍ତ୍ୱେ ସ୍କୁଲରେ ପାଠ ପଢ଼ା ଶେଷ କରିଥିଲେ। ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ଥିବାରୁ ସେ ୧୯୭୧ ମସିହାରେ ଦିଲ୍ଲୀର ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ। ଏଥିପାଇଁ ସେ ମେଧାବୃତ୍ତି ପାଉଥିଲେ। ସେହି ଅର୍ଥରେ ସେ ପାଠ ପଢ଼ୁଥିଲେ। ତେବେ ସେହି ସମୟରେ ଠିକ୍‌ ସମୟରେ ମେଧାବୃତ୍ତି ମିଳୁନଥିଲା। କଷ୍ଟମଷ୍ଟେ ପାଠ ପଢ଼ିଲେ। ଅନ୍ୟପକ୍ଷରେ ସେ ଦଳିତ ହୋଇଥିବାରୁ ଚାକିରି ମିଳୁନଥିଲା। ସେଥିପାଇଁ ସେ ପାର୍କ ଓ ଜନ ଗହଳୀ ପୂର୍ଣ୍ଣ ସ୍ଥାନରେ ଲୋକଙ୍କର ସ୍କେଚ୍‌ ତିଆରି କରିବା ଆରମ୍ଭ କଲେ। ସେଥିରୁ ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲେ।

ତେବେ ୟୁଏସ୍‌ଏସ୍‌ଆରରୁ ଭେଲେଣ୍ଟିନା ତ୍ରେସକୋଭା ଦିଲ୍ଲୀ ଗସ୍ତରେ ଆସିଥିଲେ। ଆଉ ମହାନନ୍ଦିଆ ତାଙ୍କର ଏକ ସ୍କେଚ୍‌ ତିଆରି କରିଥିଲେ। ଯାହାକୁ ଦେଖି ଭେଲେଣ୍ଟିନା ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏହାପରେ ମହାନନ୍ଦିଆ ଗଣମାଧ୍ୟମରେ ଛାଇ ହୋଇଯାଇଥିଲେ। ସେତେ ବେଳେ ବିଭିନ୍ନ ଖବର କାଗଜରେ ହେଡଲାଇନ୍ସ ଥିଲା ‘ଜଙ୍ଗଲ ମଣିଷକୁ ଭେଟିଲେ ମହାକାଶରୁ ଆସିଥିବା ମହିଳା’। ଏଇଠୁ ବଦଳିଥିଲା ମହାନନ୍ଦିଆଙ୍କ ଭାଗ୍ୟ। କାରଣ ଏହାପରେ ସେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିଛବି ତିଆରି କରିବା ପାଇଁ ସୁଯୋଗ ପାଇଥିଲେ।

୧୯୭୫ ଡିସେମ୍ୱର ୧୭ ତାରିଖରେ ମହାନନ୍ଦିଆ ଭେଟିଥିଲେ ସ୍ୱିଡେନ୍‌ ଚାରଲୋଟ ଭୋନ୍ ସଚେଡଭିନଙ୍କୁ। ସେ ୨୨ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିଲେ।  ଏହି ସମୟରେ ମହାନନ୍ଦିଆ ଚାରଲୋଟ ଭୋନ୍ ସଚେଡଭିନଙ୍କର ଏକ ସ୍କେଚ୍‌ ତିଆରି କରିଥିଲେ। ଯାହାକି ଚାରଲୋଟ ଭୋନ୍ ସଚେଡଭିନଙ୍କୁ ବହୁତ ପ୍ରଭାବିତ କରିଥିଲା। ଏହାପରେ ଦିଲ୍ଲୀରେ ମାତ୍ର ତିନି ଦିନରେ ପରସ୍ପରର ନିକଟତର ହୋଇଥିଲେ। ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ମହାନନ୍ଦିଆ ତାଙ୍କ ଭାବି ପତ୍ନୀ ଚାରଲୋଟ ଭୋନ୍ ସଚେଡଭିନଙ୍କୁ ଧରି ଓଡ଼ିଶାର ନିଜ ଗାଁକୁ ଆସିଥିଲେ। ଉଭୟ ଏଠାରେ ବିବାହ କରିଥିଲେ।

ତେବେ ଚାରଲୋଟ ଭୋନ୍ ସଚେଡଭିନ ସେତେବେଳେ ପାଠ ପଢ଼ୁଥିବାରୁ ସ୍ୱିଡେନ ଫେରି ଯାଇଥିଲେ। ମହାନନ୍ଦିଆ ଦିଲ୍ଲୀରେ ରହିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଚିଠି ଜରିଆରେ ଭାବର ଆଦାନ ପ୍ରଦାନ ହୋଇଥିଲା। ପରସ୍ପରଠୁ ଦୂରେଇ ହୋଇ ରହିଥିବାରୁ ମହାନନ୍ଦିଆ ଏନେଇ ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲେ। ୧୯୭୭ରେ ମହାନନ୍ଦିଆ ତାଙ୍କର ସମସ୍ତ ଜିନିଷପତ୍ର ବିକ୍ରି କରି ଏକ ସେକେଣ୍ଡ ହ୍ୟାଣ୍ଡ ସାଇକେଲ କିଣିଥିଲେ। ପାଖାପାଖି ୫ ମାସ ଧରି ସାଇକେଲ ଚଳାଇ ମହାନନ୍ଦିଆ ତାଙ୍କ ସ୍ତ୍ରୀ ଚାରଲୋଟ ଭୋନ୍ ସଚେଡଭିନଙ୍କ ପାଖରେ ପହଞ୍ଚିଥିଲେ। ପରେ ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story