ମହଙ୍ଗା ପଡିଲା ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ମାମଲା, ତଡା ଖାଇଲେ ପଚୌରୀ

ନୂଆଦିଲ୍ଲୀ; ଦି ଏନର୍ଜି ଆଣ୍ଡ ରିସୋର୍ସେସ ଇନଷ୍ଟିଚ୍ୟୁଟ (ଟିଇଆରଆଇ)ର ମହାନିର୍ଦ୍ଦେଶକ ଆର.କେ. ପଚୌରୀଙ୍କୁ ଲାଗିଛି ଶକ୍ତ ଝଟକା। ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କୁ ଏହି ପଦବୀ ହରାଇବାକୁ ପଡିଛି । ତାଙ୍କ ବଦଳରେ ଏହି ସ୍ଥାନ ନେବେ ଶକ୍ତି ରକ୍ଷା ବିଭାଗ ଡିଜି ଅଜୟ ମାଥୁର । ଘଟଣାର ନିରପେକ୍ଷ ରିପୋର୍ଟ ଦେବାକୁ ଟିଇଆରଆଇର ଏକ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଥିଲା। ଏହି କମିଟି ତା ରିପୋର୍ଟରେ […]

R K Pachauri

R K Pachauri

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 02:27 PM IST

Sports

Latest News

ନୂଆଦିଲ୍ଲୀ; ଦି ଏନର୍ଜି ଆଣ୍ଡ ରିସୋର୍ସେସ ଇନଷ୍ଟିଚ୍ୟୁଟ (ଟିଇଆରଆଇ)ର ମହାନିର୍ଦ୍ଦେଶକ ଆର.କେ. ପଚୌରୀଙ୍କୁ ଲାଗିଛି ଶକ୍ତ ଝଟକା। ଜଣେ କନିଷ୍ଠ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କୁ ଏହି ପଦବୀ ହରାଇବାକୁ ପଡିଛି । ତାଙ୍କ ବଦଳରେ ଏହି ସ୍ଥାନ ନେବେ ଶକ୍ତି ରକ୍ଷା ବିଭାଗ ଡିଜି ଅଜୟ ମାଥୁର ।

ଘଟଣାର ନିରପେକ୍ଷ ରିପୋର୍ଟ ଦେବାକୁ ଟିଇଆରଆଇର ଏକ ତିନି ଜଣିଆ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଥିଲା। ଏହି କମିଟି ତା ରିପୋର୍ଟରେ ପଚୌରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ଦର୍ଶାଇଛି । ୩୨ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଥିଲା ଯେ, ଯୁବତୀ ଜଣଙ୍କ ପ୍ରତିରୋଧ କରିବାରୁ ପଚୌରୀ ତାଙ୍କୁ ଆଉ କୌଣସି କାମ ଦେଉ ନ ଥିଲେ। ଟିଇଆରଆଇର ଆଭ୍ୟନ୍ତରୀଣ କମିଟି ପଚୌରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛି। ପଚୌରୀଙ୍କ ବିରୋଧରେ ଏହି ଅଭିଯୋଗ ଆସିବା ପରେ ସେ ଜାତିସଂଘର ଅନ୍ତର୍ଦେଶୀୟ ପରିବେଶ ପରିବର୍ତ୍ତନ ପ୍ୟାନେଲ ବା ଆଇପିସିସିର ଅଧ୍ୟକ୍ଷ ପଦ ଛାଡିଦେଇଥିଲେ ଓ ଟିଇଆରଆଇରୁ ଛୁଟିରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos